କେରଳ ବନ୍ୟା: ‘ଆପେଲ୍‌’ କମ୍ପାନି ଦେବ ୭ କୋଟି, ବିଲ୍‌ ଗେଟ୍‌ସ ବି ଦେଇପାରନ୍ତି…

ତିରୁବନନ୍ତପୁରମ୍‌: କେରଳ ବନ୍ୟା ପ୍ରପୀଡ଼ିତମାନଙ୍କୁ କେବଳ ଦେଶ ଭିତରେ ନୁହେଁ; ଦେଶ ବାହାରୁ ବି ଲୋକେ ସହାୟତାର ହାତ ବଢ଼ାଇଛନ୍ତି। ଟେକ୍‌ନୋଲୋଜି କମ୍ପାନି ‘ଆପେଲ୍‌’ କେରଳର ନିଃସହାୟମାନଙ୍କୁ ୭ କୋଟି ଟଙ୍କାର ସାହାଯ୍ୟ ଦେଇଥିବା ଜାଣିବାକୁ ମିଳିଛି।

ଦାନ ଦେବା ପରେ କମ୍ପାନି ପକ୍ଷରୁ କୁହାଯାଇଛି କି ‘କେରଳରେ ହୋଇଥିବା ଏପରି ଅଚାନକ ବନ୍ୟା ଆମ ହୃଦୟକୁ କଷ୍ଟ ଦେଇଛି। ଏହି ବନ୍ୟା ପ୍ରପୀଡ଼ିତଙ୍କ ଉଦ୍ଧାରକାର୍ଯ୍ୟ, ଗୃହ ଓ ସ୍କୁଲ୍‌ ନିର୍ମାଣ ସକାଶେ କମ୍ପାନି ପକ୍ଷରୁ ୭ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।’

ଏହା ବ୍ୟତୀତ ଆପେଲ୍‌ ନିଜର ଆପ୍‌ରେ ଏକ ‘ଡୋନେଟ୍‌ ଲିଙ୍କ’ ସଂଯୋଗ କରିଛି। ଏହି ଲିଙ୍କ୍‌ ଜରିଆରେ ଯେ କେହି ଚାହିଁଲେ ସହଜରେ କେରଳବାସୀମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଡିସ୍‌ଟ୍ରେସ୍‌ ରିଲିଫ୍‌ ଫଣ୍ଡ୍‌ରେ’ ଦାନ କରିପାରିବେ।

ମାଇକ୍ରୋସଫ୍‌ଟ୍‌ର ନିର୍ମାତା ବିଲ୍‌ ଗେଟ୍‌ସ ବି ସହାଯ୍ୟ କରିପାରନ୍ତି ବୋଲି ଆଶା କରାଯାଉଛି। ବିଲ୍‌ ଗେଟ୍‌ସ ଏବଂ ତାଙ୍କ ପତ୍ନୀ ମେଲିନ୍ଦା ଗେଟ୍‌ସଙ୍କ ନାମରେ ଗଠନ ହୋଇଥିବା ଫାଉଣ୍ଡେସନ୍‌ ୪ କୋଟି ଟଙ୍କା ଦାନ ଦେଇପାରେ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, କେରଳରେ ହଠାତ ବନ୍ୟା ହେବା ପରେ ପ୍ରାୟ ୩୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର