ତିଳକ ଘେନିଲେ ସୌଭାଗ୍ୟ ଓ ସୁଖ ପ୍ରାପ୍ତି ହୁଏ ବୋଲି ଲୋକବିଶ୍ୱାସ ଚଳେ। ଚନ୍ଦନ, ଭସ୍ମ ଓ ସିନ୍ଦୂର ଆଦିକୁ ବ୍ୟବହାର କରି ତିଳକ ଘେନା ଯାଏ। ଶିବଭକ୍ତମାନେ କପାଳରେ ଭସ୍ମ ତିଳକ ଧାରଣ କରନ୍ତି। ବିଷ୍ଣୁଭକ୍ତମାନେ ଚନ୍ଦନ ତିଳକ ନାଆନ୍ତି। ଦୁର୍ଗାଙ୍କ ଭକ୍ତମାନେ କପାଳରେ ସିନ୍ଦୂର ମାଖନ୍ତି।

Advertisment

କପାଳର ଦୁଇ ଭ୍ରୂଲତା ମଧ୍ୟସ୍ଥଳୀରେ ମଝି ଆଙ୍ଗୁଠି ଯୋଗେ ତିଳକ ଘେନା ଯାଏ।

କିନ୍ତୁ କ୍ଷେତ୍ର ବିଶେଷରେ ଭିନ୍ନ ଭିନ୍ନ ଆଙ୍ଗୁଠିରେ ତିଳକ ନାଇ ସୌଭାଗ୍ୟ ପ୍ରାପ୍ତି କରିବାର ବିଧି ଅଛି। ଏଥର ଜାଣନ୍ତୁ କେଉଁ ଆଙ୍ଗୁଠିରେ କେଉଁ ତିଳକ ଘେନା କଲେ ସୁଖ ସମୃଦ୍ଧି ମିଳେ।

ମଧ୍ୟମା ବା ମଝି ଆଙ୍ଗୁଠି: କୁହାଯାଏ ମଧ୍ୟମାଙ୍ଗୁଷ୍ଠିରେ ତିଳକ ଘେନା କଲେ ଜୀବନରେ ସୌଭାଗ୍ୟ ଓ ସମୃଦ୍ଧି ମିଳେ। ହିନ୍ଦୁ ପୁରାଣ ଅନୁସାରେ, ମଧ୍ୟମାଙ୍ଗୁଷ୍ଠି ମୂଳରେ ଶନି ଅବସ୍ଥାନ କରନ୍ତି। ମଧ୍ୟମାଙ୍ଗୁଷ୍ଠିରେ ତିଳକ ନାଇଲା ବେଳେ ଜୀବନର ରକ୍ଷାକର୍ତ୍ତା ଶନି ସକ୍ରିୟ ହୋଇ ଉଠନ୍ତି। ଫଳତଃ ତିଳକଧାରୀଙ୍କ ଜୀବନରେ ସ୍ୱାସ୍ଥ୍ୟ, ସମ୍ପଦ ଓ ସମୃଦ୍ଧି ପ୍ରବେଶ କରେ।

ଅନାମିକା ଆଙ୍ଗୁଠି ବା ପରୀ ଆଙ୍ଗୁଠି: ଦୈନନ୍ଦିନ ଜଞ୍ଜାଳରୁ ମୁକ୍ତି ପାଇବା ପୂର୍ବକ ଶାନ୍ତି ଟିକିଏ କିଏ ନ ଚାହେଁ। ଯଦି ଜୀବନରେ ଟିକିଏ ଶାନ୍ତି ଚାହୁଁଛନ୍ତି ତେବେ ଅନାମିକା ଆଙ୍ଗୁଠିରେ ତିଳକ ଘେନା କରନ୍ତୁ। ଅନାମିକ ଆଙ୍ଗଠି ମୂଳରେ ସୂର୍ଯ୍ୟ ବିଜେ କରିଥାଆନ୍ତି। କୁହାଯାଏ ପରୀ ଆଙ୍ଗଠିରେ ତିଳକ ଘେନା କଲେ କପାଳରେ ଆଜ୍ଞାଚକ୍ର ଜାଗ୍ରତ ହୋଇ ଯାଉଥିବାରୁ ଏହା ପ୍ରଜ୍ଞା ଓ ମାନସିକ ଶାନ୍ତି ଉଦ୍ରେକ କରାଏ। କେବଳ ଏତିକି ନୁହେଁ, ପରି ଆଙ୍ଗୁଠି ଯୋଗେ ତିଳକଧାରଣ କରିଥିବା ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟ ନିଜର ତେଜ ଅଜାଡ଼ି ଦିଅନ୍ତି। ସେହି କାରଣରୁ ଦେବାଦେବୀଙ୍କ କପାଳରେ ଅନାମିକା ଆଙ୍ଗୁଠିରେ ତିଳକ ପିନ୍ଧାଯାଏ।

publive-image

ଜ୍ୟେଷ୍ଠାଙ୍ଗୁଳି: ହିନ୍ଦୁ ପୁରାଣ ଅନୁସାରେ, ବୃଦ୍ଧାଙ୍ଗୁଳି ମୂଳରେ ବାସ କରିନ୍ତି ଶୁକ୍ର। ବୃଦ୍ଧାଙ୍ଗୁଳି ଯୋଗେ ତିଳକ ଘେନିଲେ ସ୍ୱାସ୍ଥ୍ୟ ଓ ସମୃଦ୍ଧି ପ୍ରାପ୍ତି ହୁଏ। ତେଣୁ ଯଦି ପରିବାରେ କେହି ଜଣେ ଅସୁସ୍ଥ ଅଛନ୍ତି ତେବେ ଦୈନିକ ଜ୍ୟେଷ୍ଠାଙ୍ଗୁଳି ଯୋଗେ ତାଙ୍କ କପାଳରେ ଚନ୍ଦନ ତିଳକ ଲଗାନ୍ତୁ। ଶୁକ୍ରଙ୍କର ଉପସ୍ଥିତି ଏବଂ ଚନ୍ଦନର ଶୀତଳତା ଗୁଣ ଯୋଗୁଁ ସୁସ୍ୱାସ୍ଥ୍ୟ ପ୍ରାପ୍ତି ହୁଏ।

ତର୍ଜନୀ ବା ବିଶିଆଙ୍ଗୁଠି: ଜନ୍ମ ଓ ମୃତ୍ୟୁର ଚକ୍ରରୁ ମୁକ୍ତ ହେବାକୁ ବା ମୋକ୍ଷ ପ୍ରାପ୍ତି ପାଇଁ ତର୍ଜନୀ ବା ବିଶିଆଙ୍ଗୁଠି ଯୋଗେ ତିଳକ ଘେନା କରାଯାଏ। କିନ୍ତୁ ମୋକ୍ଷ ପାଇବାକୁ ଅଥବା ମୃତ୍ୟୁ ଲଭିବାକୁ କେହି ଚାହାନ୍ତି ନାହିଁ। ତେଣୁ ତର୍ଜନୀରେ କାହାକୁ ତିଳିକ ଘେନା କରାଯାଏ ନାହିଁ। ତେଣୁ କେବଳ ମଲା ଲୋକର କପାଳରେ ବିଶିଆଙ୍ଗୁଠିରେ ତିଳକ ଲଗାଯାଏ। ଏପରି କରିବା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଜନ୍ମମୃତ୍ୟୁ ଚକ୍ରରୁ ମୁକୁଳି ମୋକ୍ଷପ୍ରାପ୍ତ ହୋଇଥାଏ।

କପାଳ ଛଡ଼ା ଶରୀର ଆହୁରି ୧୩ଟି ସ୍ଥାନ ଅଛି ଯେଉଁଠି ତିଳକ ଘେନା କରି ହେବ।