ଆପ୍ରିକଟ୍‌ ଡେ

ଆଜି ‘ଆପ୍ରିକଟ୍‌ ଦିବସ’। ଏହା ପାଚିଲା ଖିଆଯାଉଥିବା ବିଶ୍ବର ଅନ୍ୟତମ ଲୋକପ୍ରିୟ ସ୍ବାଦିଷ୍ଠ ଫଳ। ଏହା ବିଭିନ୍ନ ପ୍ରକାରର ଖାଦ୍ୟସାରରେ ଭରପୂର। ‘ଆପ୍ରିକଟ୍‌’ ଏକ ଲାଟିନ୍‌ ଶବ୍ଦ; ଏହାର ଅର୍ଥ ‘ମୂଲ୍ୟବାନ’। ତେବେ, ଏହାର ମୂଳ ଅରବୀ ନାମ- ‘ଅଲ ବର୍କ’; ଅର୍ଥ- ‘ଶୀଘ୍ର ପାଚୁଥିବା’। ଫରାସୀମାନେ ଏହାକୁ କହିଲେ ‘ଆବ୍ରିକଟ୍‌’। ଏହାକୁ ଲାଟିନ୍‌ରେ ‘ଆପ୍ରିକଟ୍‌’ କହାଗଲା, ଯାହାକୁ ଅନ୍ୟ ଭାଷା-ଭାଷୀ ଗ୍ରହଣ କଲେ। ଏହି ଫଳ ସାଧାରଣତଃ ଖରାଦିନେ ପାଚିବା କଥା। ହେଲେ, ଗ୍ରୀଷ୍ମ ଆସିବା ପୂର୍ବରୁ ପାଚିଯାଉଥିବାରୁ ‘ଅଲ ବର୍କ’ ନାମ ଦିଆଯାଇଥିଲା। ଖରାଦିନେ ଏହାକୁ ସ˚ରକ୍ଷିତ କରାଯାଏ। ଆପ୍ରିକଟ୍‌ ଚାଷର ଉତ୍ପତ୍ତି ଚାଇନାରେ; ଚାରି ହଜାର ବର୍ଷ ତଳେ। ଚାଇନାରୁ ଏହା ସାରା ଭୂମଧ୍ୟସାଗରୀୟ ଅଞ୍ଚଳକୁ ଯାଇଥିଲା। ସ୍ପାନିସ୍‌ମାନେ ଏହାକୁ ଆମେରିକା ନେଇଥିଲେ।

ସମ୍ବନ୍ଧିତ ଖବର