ନୂଆଦିଲ୍ଲୀ: ବିହାରର ଅରରିୟାର ଭରଗାମା ବ୍ଲକ ଅଞ୍ଚଳରେ ଏକ ଅଦ୍ଭୁତ ଶିଶୁ ଜନ୍ମ ନେଇଥିଲା। ଯାହାର ଚାରି ହାତ ଏବଂ ଚାରି ଗୋଡ ଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ଏହାକୁ ଏକ ଚମତ୍କାର ବୋଲି ବିଚାର କରୁଛନ୍ତି । ଲୋକମାନେ ଶିଶୁକୁ ଇଶ୍ବରଙ୍କ ଅବତାର କହି ପୂଜାଅର୍ଚ୍ଚନା ଆରମ୍ଭ କରି ଦେଇଥିଲେ। ଦୁଃଖର ବିଷୟ ଶିଶୁ ଜନ୍ମ ହେବାପରେ ବେଶୀ ସମୟ ବଞ୍ଚି ପାରି ନଥିଲା।ଡାକ୍ତରମାନେ ଶିଶୁକୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରିଥିଲେ ହେଁ ଶେଷରେ ଅସଫଳ ରହିଥିଲେ।
ସୂଚନାଯୋଗ୍ୟ, ଭରଗାମା ବ୍ଲକର ରହାଡିଆ ୱାର୍ଡ ନମ୍ବର ୯ରେ ରହୁଥିବା କିଶୋର ରାୟଙ୍କ ପତ୍ନୀ ସୁଲେଖା ଦେବୀ ରାନିଗଞ୍ଜ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଭଲରେ ଭଲରେ ପ୍ରସବ ହୋଇଥିଲା। ସେ ଜନ୍ମଦେଇଥିବା ଶିଶୁକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଡାକ୍ତର ଓ ନର୍ସ ଚମିକି ଯାଇଥିଲେ । କାରଣ ନବଜାତ ଶରୀରରେ ଥିଲା ୪ଟି ହାତ, ୪ଟି ଗୋଡ଼ ଓ ତିନିଟି କାନ। ଏହି ଘଟଣା ପ୍ରଘଟ ହେବାପରେ ଲୋକେ ଏହି ଅଦ୍ଭୁତ ନବଜାତକୁ ଦେଖିବା ପାଇଁ ହସ୍ପିଟାଲରେ ଭିଡ଼ ଜମାଇଥିଲେ।
ଶିଶୁକୁ ଜନ୍ମ ଦେଇଥିବା ଡାକ୍ତରଙ୍କ କହିବାନୁସାରେ, ‘ଶିଶୁ ଭଗବାନଙ୍କ ଅବତାର ନୁହେଁ। ମେଡିକାଲ ସାଇନ୍ସରେ ଏମିତି ଅନେକ ଘଟଣା ପୁର୍ବରୁ ଘଟି ସାରିଛି। ଦୁଃଖର ବିଷୟ ଶିଶୁ ଜନ୍ମ ହେବାପରେ ବେଶୀ ସମୟ ବଞ୍ଚି ପାରିଲା ନାହିଁ। ଜନ୍ମର କିଛିଘଣ୍ଟା ମଧ୍ୟରେ ତାର ମୃତ୍ୟୁ ହୋଇଯାଇଥିଲା। ’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/16/M8SBWKnzJFUU9J3pPdX4.jpg)