ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଲା ଆମେରିକା ବିମାନବନ୍ଦରର ସିକ୍ୟୁରିଟି ପ୍ରଶ୍ନ

ୱାଶିଂଟନ୍‌: ଆମେରିକାର ଏକ ବିମାନବନ୍ଦରର ସିକ୍ୟୁରିଟି ପ୍ରଶ୍ନର ଏକ ଫଟୋ ସୋସିଅ‌ାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଦେଇଛନ୍ତି। ଏହି ପୋଷ୍ଟ୍‌ଟି ଭାଇରାଲ୍‌ ହେବା ପରେ ଏହାକୁ ବହୁତ ସାରା ପ୍ରତିକ୍ରିୟା ମିଳିଛି। ଏହି ଫାଟୋଟି ହେଉଛି ସେଲ୍‌-ଚେକ୍‌-ଇନ୍‌-କାଉଣ୍ଟର୍‌ର, ଯେଉଁଟାରେ ଇନ୍‌-ବିଲଟ୍‌ ସିଷ୍ଟମ୍‌ ଯାତ୍ରୀଙ୍କୁ ପଚାରୁଛି, ‘ଆପଣ ଟେରୋରିଷ୍ଟ୍‌ କି?’

ଏହି ପ୍ରଶ୍ନରେ ଦୁଇଟି ବିକଳ୍ପ ଦିଆଯାଇଛି। ହଁ ଏବଂ ନା। ଏହି ଫଟୋଟିକୁ ଟ୍ବିଟ୍‌ରେ ସେୟାର କରିଛନ୍ତି ରଜତ ସୁରେଶ। ସେ ତାଙ୍କ ଟ୍ବିଟର୍‌ରେ ଫଟୋଟିକୁ ସେୟାର କରି ଲେଖିଛନ୍ତି, ‘ବିମାନବନ୍ଦରର ସିକ୍ୟୁରିଟି ବେଶି ଷ୍ଟ୍ରେଟ୍ ଫରୱାର୍ଡ ହୋଇଯାଉଛି’।

 

ଏହି ଫଟୋଟି ଭାଇରାଲ୍‌ ହେବା ପରେ ଏହାକୁ ୬୮୧ ହଜାର ଲୋକ ଟ୍ବିଟ୍‌ରେ ଲାଇକ୍‌ କରି ସାରିଲେଣି। ଏହାକୁ ରି-ଟ୍ବିଟ୍‌ ହୋଇ ସାରିଲାଣି ୭୬ ହଜାର ଥର। ଏହି ପୋଷ୍ଟ୍‌ଟିକୁ ଦେଖି ଭିନ୍ନ ଭିନ୍ନ ବ୍ୟବହାରକାରୀ ଭିନ୍ନ ମତ ରଖିଛନ୍ତି।

କେହି କେହି ଲେଖିଛନ୍ତି, ଯଦି କେହି ଯାତ୍ରୀ ଭୁଲ୍‌ରେ ହେଉ କିମ୍ବା ମଜାରେ ହଉ ହଁ ବଟନ୍‌ ମାରିଦିଅନ୍ତି ତେବେ କ’ଣ ହେବ? ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଆମେରିକାର ନିଗରିକତା ପାଇଁ ଆପ୍ଲାଏ କଲା ବେଳେ ବି ଏହି ସମାନ ପ୍ରଶ୍ନ ପଚରା ଯାଇଥାଏ।

ଜଣେ ବ୍ୟବହାରକାରୀ ଲେଖିଛନ୍ତି, ମୁଁ ଥରୁଟିଏ ହଁ ମାରିକରି ଦେଖିବାକୁ ଚାହୁଁଛି କ’ଣ ହେବ। ଆଉ ଜଣେ ଲେଖିଛନ୍ତି, ବିମାନବନ୍ଦରରେ ଏହା ମୋର ସବୁଠାରୁ ପ୍ରିୟ ଜିନିଷ।

ସମ୍ବନ୍ଧିତ ଖବର