ସାମାଜିକ ଦୂରତାକୁ ମାନୁନଥିବା ଅଞ୍ଚଳ କରୋନା ଭୂତାଣୁ ଦ୍ୱାରା ୩୫ଗୁଣ ଅଧିକ ସଂକ୍ରମିତ ହେଉଛି : ଅଧ୍ୟୟନ

ୱାଶିଂଟନ୍: ସ୍ୱାସ୍ଥ୍ୟ ସମ୍ବଧିତ ପତ୍ରିକାରେ ସାମାଜିକ ଦୂରତାକୁ ନେଇ ଏକ ଅଧ୍ୟୟନ ବିଷୟରେ ଉଲ୍ଲେଖ କରାଯାଇଛି | କରୋନାଭାଇରସ୍ ବିସ୍ତାରକୁ ରୋକିବାରେ ସାମାଜିକ ଦୂରତା କେତେ ଗୁରୁତ୍ୱ ରଖେ, ସେ ବିଷୟରେ ପତ୍ରିକାରେ ଲେଖାଯାଇଛି | ଅଧ୍ୟୟନ ଅନୁଯାୟୀ, ଆମେରିକାରେ ଯେଉଁ ଅଞ୍ଚଳଗୁଡିକ ସାମାଜିକ ଦୂରତା ନିୟମ ମାନୁନାହାଁନ୍ତି, ସେମାନେ ମାରାତ୍ମକ ଭୂତାଣୁ ଦ୍ୱାରା ୩୫ଗୁଣ ଅଧିକ ସଂକ୍ରମିତ ହେଉଛନ୍ତି।

କେଣ୍ଟୁକି ବିଶ୍ୱବିଦ୍ୟାଳୟ, ଲୁଇସଭିଲ୍ ବିଶ୍ୱବିଦ୍ୟାଳୟ ଏବଂ ଜର୍ଜିଆ ଷ୍ଟେଟ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ମାର୍ଚ୍ଚ ୧ରୁ ୨୭ଏପ୍ରିଲ ମଧ୍ୟରେ ଯୁକ୍ତରାଷ୍ଟ୍ରରେ ନିଶ୍ଚିତ କରୋନାଭାଇରସ୍ ମାମଲା ଦେଖାଯାଇଥିଲା | ଯେଉଁ ଅଞ୍ଚଳରେ ସାମାଜିକ ଦୂରତାକୁ ଲୋକ ମାନୁଛନ୍ତି, ସେହି ଅଞ୍ଚଳରେ କରୋନା ସଂକ୍ରମିତ ସଂଖ୍ୟା କମ ଥିବା ଦେଖିବାକୁ ମିଳିଥିଲା | ଅତି କମରେ ୧୬ରୁ ୨୦ଦିନ ପର୍ଯ୍ୟନ୍ତ ଚାଲିଥିବା ସାମାଜିକ ଦୂରତା ନୀତି ପାଇଁ ଦୈନିକ ସଂକ୍ରମଣ ହାର ୯ପ୍ରତିଶତରୁ ଅଧିକ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା।

Social Distancing, Quarantine, and Isolation
CDC

ଅନୁସନ୍ଧାନକାରୀମାନଙ୍କ ଅନୁଯାୟୀ, ଏହି ଅଧ୍ୟୟନ ‘ପ୍ରକୃତ ସାମାଜିକ ଦୂରତା’ ଉପରେ କୌଣସି ଯାଞ୍ଚ କରି ନୁହେଁ କେବଳ ସୂଚନା ଏବଂ ସୁପାରିଶକୁ ତୁଳନା କରି କରାଯାଇଛି। ଯେହେତୁ ଏବେ ବିଶ୍ୱ ଲକଡାଉନ ଉଠାଇବାକୁ ନେଇ ଚିନ୍ତା କରୁଛି, ସେ ନେଇ ସାମାଜିକ ଦୂରତା ଉପରେ ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି |

ସମ୍ବନ୍ଧିତ ଖବର