ରାଜନାଥ ସିଂହଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାଇ ସ୍ବାଗତ କଲେ ସେନା ଯବାନ

ନୂଆଦିଲ୍ଳୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପାଇଁ ‘ସନ୍ଦେସେ ଆତେ ହେଁ’ ଗୀତ କିଛି ସେନା ଯବାନ ଗାଉଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି। ରାଜନାଥ ଆସାମର ଦିନ୍‌ଜାନ୍‌ ସାମରିକ ଷ୍ଟେସନ୍‌କୁ ବୁଲିବାକୁ ଯାଇଥିବା ବେଳେ ଯବାନମାନେ ତାଙ୍କୁ ଏହି ଗୀତ ଗାଇ ସ୍ବାଗତ କରିଥିଲେ।

ଭିଡିଓଟି ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇର ଟ୍ବିଟର୍‌ ପେଜ୍‌ରେ ଦେଖିବାକୁ ମିଳିଛି। ଭିଡିଓରେ ଦୃଶ୍ୟମାନ ହୋଇଛି ଯେ ରାଜନାଥ ସିଂହ ଛିଡ଼‌ା ହୋଇଛନ୍ତି। ତାଙ୍କ ନିକଟରେ ସେନା ଯବାନମାନେ ସବୁ ଛିଡ଼ା ହୋଇ ‘ବର୍ଡର’ ଚଳଚ୍ଚିତ୍ରର ଏହି ବ୍ଲକ୍‌ବାଷ୍ଟର୍‌ ଗୀତଟିକୁ ଗାଉଛନ୍ତି।ରାଜନାଥ ସିଂହ ଯବାନଙ୍କ ମୁହଁରୁ ଗୀତଟି ଶୁଣିବା ବେଳେ ଖୁବ୍ ଉପଭୋଗ କରୁଥିବାର ଦେଖିବାକୁ ମିଳିଛନ୍ତି। ସେ ଗୀତରେ ତାଳେ ତାଳେ ତାଙ୍କ ମୁଣ୍ଡ ହଲାଇ ଯବାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛନ୍ତି।

 

ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ ହେବା ପରେ ଏହାର ଭିୟୁ ୧୫୭ ହଜାର ହୋଇ ସାରିଲାଣି। ଭିଡିଓଟି ଭାଇରାଲ୍‌ ହେବା ପରେ କମେଣ୍ଟ୍‌ ସେକ୍ସନରେ ସୋସିଆଲ୍‌ ମିଡିଆ‌ ବ୍ୟବହାରକାରୀମାନେ ଯବାନଙ୍କ ଉଦ୍ଦେଶ୍ୟରେ ଖୁବ୍ ଭଲ ଭଲ କମେଣ୍ଟ୍‌ ସବୁ ଦେଇଛନ୍ତି। ଦେଶ ପ୍ରତି ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ପାଇଁ ସେମାନଙ୍କୁ ଅନେକ ବ୍ୟବହାରକାରୀ ସାଲ୍ୟୁଟ୍‌ ଜଣାଇଛନ୍ତି।

ସମ୍ବନ୍ଧିତ ଖବର