ପରେଡ଼୍‍ ସେରିମୋନିରେ ପ୍ରେମ ନିବେଦନ କଲେ ଆର୍ମି ଅଫିସର, ଆଣ୍ଠେଇବା ସହ ପ୍ରେମିକାକୁ ଦେଲେ ବିବାହ ପ୍ରସ୍ତାବ, ଫଟୋ ହେଲା ଭାଇରାଲ

ଚେନ୍ନାଇ: ୨୫ବର୍ଷିୟ ଆର୍ମି ଅଫିସର ଠାକୁର ଚନ୍ଦ୍ରେଶ ସିଂହଙ୍କ ପାଇଁ ତାଙ୍କ ପରେଡ଼୍‍ ସେରିମୋନି ସବୁଦିନ ପାଇଁ ଖାସ୍‌ ହୋଇ ଯାଇଥିଲା; ଯେତେବେଳେ ସେ ନିଜ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଆର୍ମି ଅଫିସର ହେବା ଖୁସି ସହ ତାଙ୍କୁ ତାଙ୍କ ପ୍ରେମିକାଙ୍କ ସାଥ୍‌ ସାରା ଜୀବନ ପାଇଁ ମିଳିବା ପରେ ତାଙ୍କ ଖୁସି ଦ୍ୱିଗୁଣିତ ହୋଇ ଯାଇଥିଲା । ଚନ୍ଦ୍ରେଶ ନିଜ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବା ପରେ ସେ ହଁ ଭରିଥିଲେ । ଏବେ ଚନ୍ଦ୍ରେଶଙ୍କ ବିବାହ ପ୍ରସ୍ତାବ ଦେବା ସମୟର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଚନ୍ଦ୍ରେଶ ବହୁ ଦିନ ପୂର୍ବରୁ ନିଜ ଗ୍ରାଜୁଏଟିଙ୍ଗ ସେରିମନିରେ ତାଙ୍କ ପ୍ରେମିକା ଧରା ମେହତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବେ ବୋଲି ମନସ୍ଥ କରିଥିଲେ । ସେପ୍ଟେମ୍ବର ୮ରେ ଚେନ୍ନାଇର ଅଡ଼ିସର ଟ୍ରେନିଂ ଅକାଦେମୀରୁ ସେ ଅଫିସର ହୋଇ ବାହାରିବା ପରେ ସର୍ବସମ୍ମୁଖରେ ନିଜ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଯାହା ଉତ୍ତରରେ ତୁରନ୍ତ ହଁ ଭରି ଧରା ଚନ୍ଦ୍ରେଶଙ୍କୁ ଆଲିଙ୍ଗନ କରିଥିଲେ । ଏହି ସମୟରେ କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଚନ୍ଦ୍ରେଶ ଏବଂ ଧରାଙ୍କ ମାତା-ପିତା ସେଠାରେ ଉପସ୍ଥିତ ଥିଲେ ବୋଲି ଜଣା ପଡ଼ିଛି ।

oneindia.com

ସୂଚନା ମୁତାବକ, ଦୁଇ ଜଣ ଏକା କଲେଜରେ ପାଠ ପଢ଼ୁଥିବା ବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ଦୁଇ ବର୍ଷ ଭଲ ବନ୍ଧୁ ଭାବେ ରହିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ପ୍ରେମ ସଂପର୍କର ଅଢ଼େଇ ବର୍ଷ ହେବା ପରେ ଚନ୍ଦ୍ରେଶ ଧରାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିବା ସାମ୍ନାକୁ ଆସିଛି ।

ସମ୍ବନ୍ଧିତ ଖବର