ଜୀବିତ ରହିବା ପାଇଁ ୪ଫୁଟର ଗାତ ଖୋଳି ତିନିଦିନ ପର୍ଯ୍ୟନ୍ତ ଧ୍ୟାନରେ ବସିଲେ ଏହି ବ୍ୟକ୍ତି

କାଲାବୁରାଗି: ଦେବ ଆନନ୍ଦଙ୍କ ‘ଗାଇଡ’ ସିନେମା ତ ଆପଣମାନେ ଦେଖିଥିବେ। ଏହି ସିନେମାରେ ଥିବା ଏକ ଦୃଶ୍ୟରେ ଦେଖିବାକୁ ମିଳୁଛି ଜଣେ ବାବାଜୀଙ୍କ ଆଖପାଖରେ ସମ୍ପୂର୍ଣ୍ଣ ଗ୍ରାମ ଏକାଠି ହୋଇଯାଆନ୍ତି। ବାବାଜୀଙ୍କ ପାଖରେ ଏକାଠି ହେବାର କାରଣ ଗ୍ରାମଲୋକଙ୍କ ବିଶ୍ୱାସ ଥିଲା କି, ସେ ବର୍ଷା କରାଇ ପାରିବେ ! ବାସ୍ତବରେ ଏଭଳି ଏକ ଘଟଣା କର୍ଣ୍ଣାଟକ କୋତାନୁରରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଜୀବିତ ରହିବା ପାଇଁ ୪ଫୁଟ ଗାତ ଖୋଳି ତିନିଦିନ ପର୍ଯ୍ୟନ୍ତ ଧ୍ୟାନରେ ବସିଛନ୍ତି। ଏପରି ସେ କାହିଁକି କରିଛନ୍ତି ଆସନ୍ତୁ ଜାଣିବା।

କର୍ଣ୍ଣାଟକ କୋତାନୁରରେ ରହୁଥିବା ବିଜୟ କୁମାର ପାବର ଜଣେ କନ୍‌ଷ୍ଟ୍ରକ୍‌ସନ୍‌ କଣ୍ଟ୍ରାକ୍ଟର । ମଙ୍ଗଳବାର ବିଜୟ ଘରେ ଶୋଇଥିବା ସମୟରେ ତାଙ୍କ ସ୍ୱପ୍ନରେ ଜଣେ ଦେବୀ ଆସିଥିଲେ ଏବଂ କହିଥିଲେ ତୁମେ ଯଦି ତିନିଦିନ ପର୍ଯ୍ୟନ୍ତ ଗାତ ଖୋଳି ଧ୍ୟାନରେ ନ ବସ ତେବେ ତୁମର ମୃତ୍ୟୁ ହୋଇଯିବ। ଏହାପରେ ବିଜୟ କାରିବାସମ୍ମା ଦେବୀ ମନ୍ଦିର ସମ୍ମୁଖରେ ଏକ ବଡ଼ ଗାତ ଖୋଳିଥିଲେ। ତିନିଦିନ ପର୍ଯ୍ୟନ୍ତ ସେହି ଗାତରେ ଧ୍ୟାନ ଲଗାଇ ବସିବା ସହିତ ଅନ୍ନ-ଜଳ ଗ୍ରହଣ କରି ନ ଥିଲେ। ସେ ଯେଉଁସ୍ଥାନରେ ଗାତ କରି ବସିଛନ୍ତି ସେହି ସ୍ଥାନରେ ହଳଦୀ, ସିନ୍ଦୂର, ନାଲି ସୁତା ସହିତ ଗାତ ଉପରେ ଗଛର ପତ୍ର ଆଦି ଆଢ଼ୁଆଳ କରି ଦିଆଯାଇଛି।

ପାବରଙ୍କ ଭାଇ ରମେଶଙ୍କ କହିବାନୁସାରେ, ‘ବିଜୟ ଦୁଇଟି ସନ୍ତାନର ପିତା। ସ୍ଥାନୀୟ ଦେବୀ କାରିବାସମ୍ମା ଭାଇକୁ ସ୍ୱପ୍ନରେ ଦେଖା ଦେଇଥିଲେ। ଦେବୀଙ୍କ ଆଦେଶ ଥିଲା କି ସେ ମାଟିତଳେ ୪ଫୁଟର ଗାତ ଖୋଳି ଧ୍ୟାନରେ ବସିବେ। ଏପରି ଯଦି ସେ କରନ୍ତି ତେବେ ଜୀବିତ ରହିବେ ନହେଲେ ତାଙ୍କର ତିନିଦିନ ମଧ୍ୟରେ ମୃତ୍ୟୁ ହୋଇଯିବ।’

ସେହି ଗ୍ରାମରେ ବସବାସ କରୁଥିବା ମୌନେଶ୍ୱର ସୋନ୍ନାଦଙ୍କ କହିବାନୁସାରେ, ‘ନନ୍ଦିକୁରର ଲୋକମାନେ କାରିବାସମ୍ମାଙ୍କ ଦେବୀଙ୍କ ଉପରେ ପୂରା ବିଶ୍ୱାସ ରଖି ଥାଆନ୍ତି। କେବଳ ସେତିକି ନୁହେଁ ଗ୍ରାମବାସୀଙ୍କ ଭାବନା ଦେବୀଙ୍କୁ ତାଙ୍କୁ ଚଳାଇ ଥାଆନ୍ତି।

ସମ୍ବନ୍ଧିତ ଖବର