ମହାରାଷ୍ଟ୍ରର ଲଜ୍‌ରୁ ୧୫ ବର୍ଷ ତଳେ ଧରା ପଡ଼ିଥିଲା ହାଇଦର

୨୦୦୫ ମେ ୩୧ ତାରିଖରେ ସେକ୍‌ ସୋଲେମାନ୍‌ର ସାନ ଭାଇ ସେକ୍‌ ଚୁନା ଓରଫ ମାଲିକ ହନାନକୁ ହାଇଦର‌ ସହଯୋଗୀ ହତ୍ୟା ପରେ ସୁଦାମ ଶତପଥୀ, ଟୁକୁ, ରୁମାନ୍‌, ବବୁଲ ଓ ଲାଲା କଟକ ଆଡ଼କୁ ଏକ ବୋଲେରୋ ଗାଡ଼ିରେ ପଳାଇ ଆସିଥିଲେ। କଟକରୁ କେନ୍ଦ୍ରାପଡ଼ା ଓ କେନ୍ଦ୍ରାପଡ଼ାରୁ ବସ୍‌ ଯୋଗେ ସମ୍ବଲପୁର ଆଡ଼କୁ ଚମ୍ପଟ୍‌ ମାରିଥିଲେ। ସମ୍ବଲପୁରରୁ ୩୦୪ କିମି ଦୂର ଛତିଶଗଡ଼ର ଭିଲ୍ଲାଇ ସହର ଆଡ଼କୁ ଯାଇଥିଲେ। ଭିଲ୍ଲାଇରେ ପୂର୍ବରୁ ହାଇଦର ଓ ସହଯୋଗୀ ମୀର ଓ ଲାଲା ସେମାନଙ୍କୁ ଅପେକ୍ଷା କରିଥିଲେ। ସମସ୍ତେ ଏକାଠି ହୋଇ ମହାରାଷ୍ଟ୍ରର ନାଗପୁର ଆଡ଼କୁ ପଳାଇଥିଲେ। ସେହି ସମୟରେ ପୁଲିସ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡଖଣ୍ତ ଆଡ଼କୁ ବି ଯାଇଥିଲା। ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଆଡ଼କୁ ହାଇଦର‌ ପଳାଇଥିବାର ସନ୍ଦେହ କରାଯାଉଥିଲା। ଏହ ହୋଟେଲ୍‌ରେ ହାଇଦର‌ ଥିବା ବେଳେ ଗିରଫ ହୋଇଥିଲା। ପୁଲିସ ହାଇଦର‌ ସମେତ ୬ ଜଣ ସହଯୋଗୀଙ୍କୁ ନାଗପୁରରୁ ୨୦୦୫, ଜୁନ ୮ ତାରିଖରେ ଗିରଫ କରି ଓଡ଼ିଶା ଆଣିଥିଲା। ଭୁବନେଶ୍ବର କମିସନରେଟ୍‌ ପୁଲିସର ଏକ ୧୧ ଜଣିଆ ଟିମ୍‌ ହାଇଦର‌କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର