ଦେଖନ୍ତୁ କିପରି ମାଲିକ ସହ ବସି ଥଣ୍ଟରେ ହ୍ବାଟସ ଆପରେ ଚାଟ କରୁଛି ପାରା !

ନୂଆଦିଲ୍ଲୀ: ପକ୍ଷୀମାନଙ୍କର ଅନେକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଅଧିକାଂଶ ଭିଡିଓରେ ଶୁଆ କଥା ହେଉଥିବାର ଶୁଣିବାକୁ ମିଳିଥାଏ। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ମୋବାଇଲରେ ଏକ ବାର୍ତ୍ତା ଶୁଆ ଟାଇପ୍ କରୁଥିବା ଦେଖିବାକୁ ମିଳୁଛି। ଯଦି ଆପଣ ଏହାକୁ ଦେଖି ନାହାନ୍ତି, ତେବେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।

ଭିଡିଓରେ ଶୁଆର ହ୍ବାଟସ ଆପରେ ଟାଇପ ବେଗ ଦେଖି ଲୋକେ ଚକିତ ହୋଇଯାଉଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଶୁଆଟି ମାଲିକଙ୍କ ସାମ୍ନାରେ ବସିଛି। ଏହି ସମୟରେ ମାଲିକ ଜଣକ ହ୍ବାଟସ ଆପରେ ଚାଟ କରୁଛନ୍ତି। ମାଲିକଙ୍କୁ ହ୍ବାଟସ ଆପରେ ଚାଟ କରୁଥିବା ଦେଖି ଶୁଆ ବି ସେମିତି କରିବାକୁ ଆରମ୍ଭ କରି ଦେଉଛି। ଶୁଆଟି  ହ୍ବାଟସ ଆପରେ କିଛି ବାର୍ତ୍ତା ଟାଇପ କରି ସଙ୍ଗେସଙ୍ଗେ ‘ସେଣ୍ଡ୍’ ଚିତ୍ର ଉପରେ ନିଜର ଥଣ୍ଟ ମାରି ଦେଉଛି।

 

ଲୋକମାନେ ଶୁଆର ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି । ଏହି ଭିଡିଓ ଟ୍ୱିଟରରେ @ ଗୁଲଜାର_ସାହାବ ନାମକ ଏକ ହାଣ୍ଡେଲରୁ ସେୟାର କରାଯାଇଛି। ଏହି ଭିଡିଓକୁ ଶହ ଶହ ଥର ଦେଖାଯାଇଛି।  ଲୋକେ ଏହି  ଭିଡିଓ ଦେଖିବାକୁ ଖୁବ ପସନ୍ଦ କରୁଛନ୍ତି।  ଭିଡିଓ ସହିତ କ୍ୟାପସନରେ  ଲେଖାଯାଇଛି, ‘ ଏହି ଶୁଆଟି କେତେ ପ୍ରତିଭାଶାଳୀ । କୌଣସି  ଶୁଆ ଏପରି ବାର୍ତ୍ତା ଟାଇପ୍ କରିବାର ଆପଣ କେବେ ଦେଖିଛନ୍ତି କି ?’

ସମ୍ବନ୍ଧିତ ଖବର