ନାଇଜେରୀୟ କଳାକାର ଆଲେକ୍ସ ପିଟର୍ ଇଟୋକୋ ନିଆଁ, ବ୍ଲେଡ୍ ଓ ବାଲି କାଗଜ ବ୍ୟବହାର କରି ଜୀବନ୍ତ ଚିତ୍ର ଆଙ୍କିବାରେ ପାରଙ୍ଗମ। ଏ ପ୍ରକାର ଚିତ୍ରାଙ୍କନକୁ ‘ପାଇରୋଗ୍ରାଫି’ କୁହାଯାଏ। କାଠ କାନ୍ଭାସ୍କୁ ନିଆଁ ଝାସରେ ଜାଳି ସେଥିରେ ଶ୍ୟାମଳ ଛାପ ସୃଷ୍ଟି କରାଯାଇଥାଏ। ବ୍ଲେଡ୍ ଓ ବାଲିକାଗଜ ସାହାଯ୍ୟରେ ଚିତ୍ରକୁ ଔଜ୍ଜ୍ବଲ୍ୟ ପ୍ରଦାନ କରାଯାଇଥାଏ। ତ୍ରୁଟି ସଂଶୋଧନର ସୁଯୋଗ ନ ଥିବାରୁ ଏ ପ୍ରକାର ଚିତ୍ରାଙ୍କନ ଅପେକ୍ଷାକୃତ କଷ୍ଟକର। ୩୧ ବର୍ଷୀୟ ଆଲେକ୍ସ ଏହି ଶୈଳୀକୁ ନୂଆ ଉଚ୍ଚତାକୁ ନେଇଯାଇଛନ୍ତି। ସେ ଗୋଟିଏ ପ୍ରତିକୃତି ଆଙ୍କିବାକୁ ପ୍ରାୟ ମାସାଧିକ କାଳ ନେଇଥାନ୍ତି। ସୂକ୍ଷ୍ମ କାର୍ଯ୍ୟ ଯୋଗୁଁ ତାଙ୍କ ଚିତ୍ରଗୁଡ଼ିକ ଏତେ ନିଖୁଣ ହେଉଛି ଯେ ସେଗୁଡ଼ିକ କଳାଧଳା ଚିତ୍ରର ଭ୍ରମ ସୃଷ୍ଟି କରୁଛି। ତାଙ୍କ ଚିତ୍ରଗୁଡ଼ିକର ଥିମ୍ ଆଫ୍ରିକୀୟ ବାସ୍ତବତା, ସ୍ବତନ୍ତ୍ରତା ଓ ପରିବର୍ତ୍ତନ ଉପରେ ପର୍ଯ୍ୟବସିତ। ସେ ମୁଖ୍ୟତଃ କୃଷ୍ଣକାୟ ବ୍ୟକ୍ତିବିଶେଷଙ୍କ ଚିତ୍ର ଆଙ୍କୁଛନ୍ତି।
ନିଆଁ ତୂଳୀରେ ଚିତ୍ର!
/sambad/media/post_attachments/wp-content/uploads/2023/02/54fh6546fhfhff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)