ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଚିତ୍ରଶିଳ୍ପୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଶିଳ୍ପୀଙ୍କ ଚିତ୍ର କରିବାର ଶୈଳୀ ସମସ୍ତଙ୍କୁ ମୁଗ୍ଧ କରିଛି।
ଅଧିକପଢ଼ନ୍ତୁ:ଫଡନାଭିସ୍ ସରକାରରୁ ବିଦାୟ ନେବେ ମନ୍ତ୍ରୀ: ସରପଞ୍ଚ ହତ୍ୟା ମାମଲାରେ ଅଭିଯୁକ୍ତ
ଚିତ୍ରଶିଳ୍ପୀ ପିଏମ ରାଠୋର ରୋଷେଇ ଘରେ ତରକାରୀ ପ୍ରସ୍ତୁତ ପାଇଁ ବ୍ୟବହୃତ ଲଙ୍କା ଓ ହଳଦୀଗୁଣ୍ଡ ବ୍ୟବହାର କରି ଖୁବ ସୁନ୍ଦର ଚିତ୍ର ଆଙ୍କୁଛନ୍ତି। ଏହି ସୁନ୍ଦର କଳାକୃତ୍ତିର ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି।
ରାଠୋର ଏହି ପ୍ୟାଣ୍ଟିଂ ତିଆରି କରିବାର ପ୍ରକ୍ରିୟା ଇନଷ୍ଟାଗ୍ରାମରେ ଡକ୍ୟୁମେଣ୍ଟ କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି ପ୍ରଥମେ ଚିତ୍ରଶିଳ୍ପୀ ଜଣକ ଏକ ଡବାରୁ କିଛି ହଳଦୀ ଓ ଲଙ୍କାଗୁଣ୍ଡ ସଂଗ୍ରହ କରୁଛନ୍ତି। ଏହାପରେ ସେ କିଛି ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ବ୍ୟବହାର କରି ମାଚିସ କାଠି ଜାଳି ଏକ ସୁନ୍ଦର ମହିଳାଙ୍କ ଚିତ୍ର ଆଙ୍କୁଛନ୍ତି।
ଅଧିକପଢ଼ନ୍ତୁ:ଅର୍ଥନୀତିକୁ ମାଲାମାଲ କରିବ ମହାକୁମ୍ଭ, ୧% ବଢିବ ଜିଡିପି ୨୦୨୪ କୁମ୍ଭମେଳାରେ ୪ ଲକ୍ଷ କୋଟିରୁ ଅଧିକ ଟଙ୍କାର
ରାଠୋରଙ୍କ ଚିତ୍ର ଆଙ୍କିବାର ଶୈଳୀକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଖୁବ ପସନ୍ଦ କରିବା ସହ ନିଜନିଜ ଆକାଉଣ୍ଟରେ ସେୟାର କରିଛନ୍ତି।