ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି କାର ଚାଳକ ରାସ୍ତାକଡରେ କାର ରଖି ପରିସ୍ରା କରୁଥିବା ବେଳେ ସେହି ବାଟ ଦେଇ ଏକ ଟ୍ରକ ଯାଉଛି। ଏହି ଟ୍ରକରୁ ହଠାତ ଏକ ପଥର ଖସି ସିଧା କାର ଉପରେ ପଡି ଯାଉଛି। ପଥର ପଡି କାରର ୱିନ୍ଡସିଲ୍ଡକୁ ଚୁରମାର କରିଦେଉଛି। ଏହା ଦୃଶ୍ୟ ଦେଖି ଚାଳକ ସ୍ତବ୍ଧ ହୋଇଯାଉଛନ୍ତି।
Lucky or Unlucky? pic.twitter.com/mNp6AvoAks
— Arun Bothra (@arunbothra) July 14, 2020
ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓ ଦେଖି କହୁଛନ୍ତି, ଯଦି କାର ଚାଳକ ପରିସ୍ରା କରିବାକୁ ସେଇଠି ଅଟକି ନ ଥାନ୍ତେ ତା’ହେଲେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବାର ଅନେକ ସମ୍ଭାବନା ଥିଲା। କିନ୍ତୁ ଯଦି ଗାଡି ଅଟକାଇ ସେ ଗାଡି ଭିତରେ ବସିଥାନ୍ତେ ତାହେଲେ ଆହୁରି ବଡ ଦୁର୍ଘଟଣା ଘଟିଥାନ୍ତା । ଏଥିରେ ତାଙ୍କ ଜୀବନ ମଧ୍ୟ ଚାଲିଯିବାର ସମ୍ଭାବନା ଥିଲା।
ଅରୁଣ ବୋଥ୍ରା ଏହି ଭିଡିଓକୁ ଜୁଲାଇ ୧୪ ତାରିଖରେ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଥିଲେ । ଭିଡିଓକୁ ୩୭ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଲୋକେ ଏହି ଭିଡିଓକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଉଛନ୍ତି।
ଅରୁଣ ବୋଥ୍ରା ଏହି ଭିଡିଓ ସେୟାର କରି ଫଲୋୟର୍ସଙ୍କୁ ପଚାରିଛନ୍ତି କି, ଡ୍ରାଇଭର ଲକି ନା ଅନଲକି ? କିଛି ଲୋକ ଏହାକୁ ଅନଲକି କହିଥିବାବେଳେ ଅନେକ ଲୋକ ଏକ ଲକି ବୋଲି କହିଛନ୍ତି । କାରଣ ସୌଭାଗ୍ୟବଶତଃ ଡ୍ରାଇଭର କାରରେ ନଥିଲେ ଏବଂ ତାଙ୍କ ଜୀବନ ବଞ୍ଚିଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/1594821425_untitled-design-3.jpg)