ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ୱର ଶାଖାର ପ୍ରଥମ ବର୍ଷ ପୂର୍ତ୍ତି

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ଅଗ୍ରଣୀ ହଲ୍‌ମାର୍କ ସୁନାଗହଣା ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ତାର ଭୁବନେଶ୍ୱର ଶାଖାର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିଛି। ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍‌ ଆମ୍ବାସଡର ତଥା ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସମେତ ବହୁ ସଂଖ୍ୟକ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଗହଣରେ ଏହି ଉତ୍ସବ ଗତ ୨୨ ତାରିଖରେ ପାଳନ ହୋଇଯାଇଛି। ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ରେଗୁଲାର ହଲମାର୍କ ଗହଣାର ମେକିଂ ଚାର୍ଜ ଫ୍ଲାଟ୍‌ ୨୯୯ ଅଫର୍‌ ଘୋଷଣା କରାଯାଇଛି। ଏହି ଅଫର୍‌ ଅରୁନ୍ଧତୀ ଜୁଏଲର୍ସର ପ୍ରତ୍ୟେକ ଶାଖାରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏଥିସହିତ ପ୍ରତ୍ୟେକ ୫ ହଜାର ଟଙ୍କାର କ୍ରୟରେ ଗ୍ରାହକଙ୍କୁ ଲକ୍ଷପତି ହେବାର ସୁଯୋଗ ମିଳିପାରିବ। ଲକ୍ଷପତି ସିଜନ୍‌ -୧ର ଉଠାଣ ଆଗାମୀ ୭ ତାରିଖରେ ସମ୍ବଲପୁରଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସର ମ୍ୟାନେଜିଂ ଡାଇରେକ୍ଟର ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଗୋଟିଏ ବର୍ଷ ମଧ୍ୟରେ ୬୦ ହଜାରୁ ଊର୍ଧ୍ୱ ଗ୍ରାହକ ସୃଷ୍ଟି କରିବା ସହିତ ସେମାନଙ୍କୁ ସନ୍ତୋଷଜନକ ସେବା ଯୋଗାଇଦେବା ଆମ ପାଇଁ ଗର୍ବର ବିଷୟ।

ସମ୍ବନ୍ଧିତ ଖବର