'ଗୋଟିଏ ଦିନ କୋର୍ଟ ଯାଇଥିଲି। ଏବେ ପ୍ରାୟ ଦୀର୍ଘଦିନ ହେଲା ଘରେ ରହି କାମ କରୁଛି । କେତେବେଳେ ରାମାୟଣ, ମହାଭାରତ ସମୟ ଆସିବ ତାକୁ ଅପେକ୍ଷା। ରାମାୟଣ ‘ମହାଭାରତରେ ଅଧିକ ସମୟ ଯାଉଛି,' ବୋଲି କହିଛନ୍ତି ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା।
ଏଥିସହିତ, 'ସକାଳ ୬ଟାରୁ ଉଠି ଘଣ୍ଟାଏ ଯୋଗ, ପ୍ରାଣାୟାମ କରୁଛି। ଅନ୍ଲାଇନ୍ରେ ଏବେ ସବୁ କାମ। ବହି ପଢୁଛି। ନିଜ ଲୁଗାପଟା ନିଜେ ସଫା କରୁଛି। ପ୍ରତି ଦିନ ନିଜ ଗାଡି ନିଜେ ଷ୍ଟାର୍ଟ କରୁଛି। ନ୍ୟୁଜ୍ ଦେଖୁନି। କାରଣ ସାରା ବିଶ୍ବର ଖବର, ମୃତ୍ୟୁ ସଂଖ୍ୟା ଦେଖି ମନବିଚଳିତ ହେଉଛି। ଅନ୍ଲାଇନ୍ରେ ସବୁବେଳେ କୋର୍ଟ କାମ ନେଇ ସଜାଗ ରହିବାକୁ ପଡୁଛି,' ବୋଲି ଶ୍ରୀ ପରିଜା ମତ ଦେଇଛନ୍ତି।
ଅଶୋକ କୁମାର ପରିଜା, ଆଡଭୋକେଟ ଜେନେରାଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/ashok-kumar.jpg)