ଶ୍ୱଶୁରଙ୍କୁ ଯୌତୁକରେ ବାଇକ୍‌ ବଦଳରେ ହେଲମେଟ୍‌ ଦାବି କଲେ ଜ୍ୱାଇଁ

ଅଶୋକନଗର: ଶ୍ୱଶୁରଙ୍କୁ ଯୌତୁକରେ ବାଇକ୍‌ ବଦଳରେ ହେଲମେଟ୍‌ ଦାବି କଲେ ଜ୍ୱାଇଁ । ଏହି ଘଟଣା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଅଶୋକନଗରରେ ବିବାହ ସମାରୋହ ଚାଲିଥିବା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶ୍ୱଶୁର ଯେତେବେଳେ ଜ୍ୱାଇଁଙ୍କୁ ଯୌତୁକ ବାବଦରେ ବାଇକ୍‌ ଚାବି ହାତରେ ଧରାଇଥିଲେ, ସେ ପ୍ରଥମେ ହେଲମେଟ ଅଛି କି ନାହିଁ ପଚାରିଥିଲେ, ବିନା ହେଲମେଟରେ ସେ ବାଇକ୍‌ ନେବେ ନାହିଁ ବୋଲି ଶ୍ୱଶୁରଙ୍କୁ ମନା କରିଦେଇଥିଲେ।

ସୂଚନାଯୋଗ୍ୟ, ଜଲାଲପୁରରେ ବସବାସ କରୁଥିବା ଦେଶରାଜ ସିଂହ କୁଶବାହ ଆତ୍ମଜ ରାମସିଂହଙ୍କ ବିବାହ ଗ୍ରାମ ସେମରି ଲୋହବାଦରେ ହୀରସିଂହ କୁଶବାସଙ୍କ କନ୍ୟା ଲକ୍ଷ୍ମୀବାଇଙ୍କ ସହିତ ସମ୍ପନ୍ନ ହୋଇଥିଲା। ଝିଅକୁ ଶାଶୁଘରକୁ ବିଦା କରିବା ପାଇଁ ରୀତିନୀତି ଚାଲିଥିବା ସମୟରେ ଜ୍ୱାଇଁଙ୍କୁ ବାଇକ୍‌ର ଚାବି ଦିଆଯାଇଥିଲା। କିନ୍ତୁ ଜ୍ୱାଇଁ ବିନା ହେଲମେଟରେ ସେ ବାଇକ୍‌ ଚାବି ନେବେ ନାହିଁ ବୋଲି ରୋକଠୋକ୍‌ ମନା କରି ଦେଇଥିଲେ। ଏହାପରେ ହେଲମେଟ ଆଣି ଜ୍ୱାଇଁଙ୍କୁ ଦେବା ପରେ ଖୁସିଖୁସିରେ ଧର୍ମପତ୍ନୀଙ୍କୁ ଧରି ନିଜ ଘରକୁ ଫେରିଥିଲେ ଦେଶରାଜ।

ସମ୍ବନ୍ଧିତ ଖବର