ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଅଧ୍ୟକ୍ଷ ତଥା ଏସିଆର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ କେବଳ ଆମ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀ ହେଉଛନ୍ତି ଏକମାତ୍ର ଭାରତୀୟ ଯିଏକି ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ସ୍ଥାନ ପାଇଛନ୍ତି।
ନିକଟରେ ମୁକେଶ ଅମ୍ବାନୀଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଏକ ସାକ୍ଷାତକାରର। ସାକ୍ଷାତକାର ସମୟରେ ଯେତେବେଳେ ମୁକେଶ ଅମ୍ବାନୀଙ୍କୁ ପଚରାଯାଇଥିଲା ଯେ ଆପଣଙ୍କ ପାଇଁ ଅର୍ଥର ମୂଲ୍ୟ କ’ଣ? ସେ ଦେଇଥିବା ଉତ୍ତର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
View this post on Instagram
ମୁକେଶ ଅମ୍ବାନୀ ଅତି ଭଦ୍ର ଭାବରେ କହିଥିଲେ ଯେ ‘ବ୍ୟକ୍ତିଗତ ଭାବେ ଖୁବ୍ କମ୍ ଲୋକ ଏକଥା ଜାଣନ୍ତି ଯେ ପିଲାଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ମୋ ପକେଟରେ ଟଙ୍କା ରଖେ ନାହିଁ। ମୋର କୌଣସି କ୍ରେଡିଟ୍ କାର୍ଡ ବି ନାହିଁ।’ ବିଲ୍ ପୈଠ ପାଇଁ ତାଙ୍କ ସହ କେହି ନା କେହି ନିଶ୍ଚୟ ଥାଆନ୍ତି ବୋଲି ସେ କହୁଥିବାର ଭିଡିଓରେ ଶୁଣିବାକୁ ମିଳିଛି।
ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ପାଖରେ କ୍ରେଡିଟ୍ କାର୍ଡ ନାହିଁ, ଏହି କଥା ବୋଧହୁଏ ଆପଣଙ୍କର ହଜମ ହେଉ ନଥିବ । ପୁଣି ପାଖରେ ସେ ଟଙ୍କା ରଖନ୍ତି ନାହିଁ ! ହେଲେ ଏପରି କଥା ସେ ନିଜେ କହୁଥିବାର ଶୁଣିବାକୁ ମିଳିଛି।