ମୁମ୍ବାଇ: ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଚର୍ଚ୍ଚା ଚାଲିଛି। ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍ ସୁରେଖା ଯାଦବ ବନ୍ଦେ ଭାରତ ଏକ୍ସପ୍ରେସକୁ ସୋନାପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଚଲାଇଥିଲେ । ଆଉ ଏଥିପାଇଁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲର ପ୍ଲାଟଫର୍ମ ନମ୍ବର ୮ରେ ସୁରେଖା ଯାଦବଙ୍କୁ ସ୍ୱାଗତ କରାଯାଇଥିଲା।
ମହିଳା ଲୋକୋପାଇଲଟ ସୁରେଖା ଯାଦବ କହିଛନ୍ତି ଯେ, ‘ ନୂତନ ଯୁଗର ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ବନ୍ଦେ ଭାରତ ଟ୍ରେନ୍ ଚଳାଇବାକୁ ସୁଯୋଗ ଦେଇଥିବାରୁ ଭାରତୀୟ ରେଳବାଇଙ୍କୁ ଅଶେଷ ଧନ୍ୟବାଦ ।’
ସୋସିଆଲ ମିଡିଆରେ ସୁରେଖା ଯାଦବ ଟ୍ରେଣ୍ଡ କରୁଛନ୍ତି। ରେଳମନ୍ତ୍ରୀ ଟୁଇଟରରେ ସୁରେଖା ଯାଦବଙ୍କ ଫଟୋ ସେୟାର କରି କହିଛନ୍ତି, ‘ବନ୍ଦେ ଭାରତ, ମହିଳା ସଶକ୍ତିକରଣର ଉଦାହରଣ। ଶ୍ରୀମତି ସୁରେଖା ଯାଦବ ପ୍ରଥମ ମହିଳା, ଯିଏକି ଟ୍ରେନ ଚଲାଇଛନ୍ତି।’
ସୁରେଖା ଯାଦବ ମହାରାଷ୍ଟ୍ରର ସତାରାରେ ବସବାସ କରନ୍ତି। ୧୯୮୯ରେ ସୁରେଖା ସହକାରୀ ଡ୍ରାଇଭର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ।
Salute to #Narishakti!
Smt. Surekha Yadav, Loco Pilot cruising the first female driven Vande Bharat train from CSMT, Mumbai to Solapur through the steepest Bhor Ghat between Mumbai & Pune in Maharashtra. pic.twitter.com/WWKiUIXYrx
— Ministry of Railways (@RailMinIndia) March 15, 2023
ଏହାପରେ ସେ ଭାରତର ପ୍ରଥମ ମହିଳା ଟ୍ରେନ୍ ଡ୍ରାଇଭର ହୋଇଥିଲେ ଏବଂ ଏହି ସଫଳତା ପାଇଁ ତାଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୯୬ରେ ମାଲବାହୀ ଟ୍ରେନ୍ ଚଳାଇବାକୁ ସୁରେଖା ସୁଯୋଗ ପାଇଥିଲେ। ଏହାପରେ ସେ ଅନେକ ଟ୍ରେନ୍ ଚଳାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/୧।୨.jpg)