ଜୀବନ-ମରଣ ସହ ଲଢ଼ୁଥିଲା ୨ବର୍ଷର ଝିଅ, ବ୍ୟାଟ୍ ଧରି ମଇଦାନକୁ ଓହ୍ଲାଇଲେ ପାକିସ୍ତାନୀ କ୍ରିକେଟର ଆସିଫ୍ ଅଲ୍ଲୀ
ନୂଆଦିଲ୍ଲୀ : ପାକିସ୍ତାନୀ ବ୍ୟାଟ୍ସବ୍ୟାନ୍ ଆସିଫ୍ ଅଲ୍ଲୀଙ୍କ ୨ବର୍ଷୀୟ ଝିଅ ନୁର ଫାତିମା ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ଥିବା ବେଳେ ନୁରଙ୍କ ଚିକିତ୍ସା ଆମେରିକାରେ କରାଯାଉଥିଲା । କିନ୍ତୁ ଶେଷରେ ସେ ନିଜ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ନିଜ ଝିଅର ଏଭଳି ଅବସ୍ତା ଦେଖି ମଧ୍ୟ ରବିବାର ନିଜ ଦଳ ପାଇଁ ମଇଦାନକୁ ଓହ୍ଲାଇଥିଲେ ଆସିଫ୍ ।
ISLU family pays its deepest condolences to @AasifAli2018 on the tragic loss of his daughter. Our thoughts and prayers go out to Asif & his family. Asif is a great example of strength & courage. He is an inspiration to us.
— Islamabad United (@IsbUnited) May 19, 2019
କିନ୍ତୁ ୧୭ଟି ବଲରେ ୨୨ଟି ରନ୍ କରି ଆଉଟ୍ ହୋଇ ଯାଇଥିଲେ ଆସିଫ୍ । ତେବେ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ମଇଦାନକୁ ଆସି ଆସିଫ୍ ଖେଳିଥିବାରୁ ଇସ୍ଲାମବାଦ୍ ୟୁନାଇଟେଡ୍ ତାଙ୍କ ସାହାସକୁ ସଲାମ କରିଛି । ଏହା ସହ ତାଙ୍କର ଏତେ ବଡ଼ କ୍ଷତି ପାଇଁ ସାନ୍ତ୍ୱନା ମଧ୍ୟ ଦେଇଥିବା ଦେଖାଯାଇଛି ।