ଷ୍ଟ୍ରିକ୍ଚର ୟୁରେଥ୍ରା କ’ଣ?
ୟୁରେଥ୍ରା ବା ମୂତ୍ରନଳୀ ଶରୀରର ଏକ ଅଙ୍ଗ ଯାହାଦ୍ବାରା ମୂତ୍ରାଶୟରୁ ପରିସ୍ରା ନିଷ୍କାସିତ ହୋଇଥାଏ। ଏହି ମୂତ୍ରନଳୀର ସଂକୋଚନକୁ ‘ଷ୍ଟ୍ରିକ୍ଚର ୟୁରେଥ୍ରା’ କୁହାଯାଇଥାଏ।
ମୂତ୍ରନଳୀ ସଙ୍କୋଚନର କାରଣ କ’ଣ?
ସଂକ୍ରମଣ, ମୂତ୍ରାଶୟରେ ଆଘାତ ଲାଗିବା ଦ୍ବାରା ବା ଯଦି ପରିସ୍ରା ନଳୀରେ ଆଗରୁ କିଛି କ୍ୟାଥେଟର ଇତ୍ୟାଦି ଦିଆଯାଇଥାଏ, ମୂତ୍ରାଶୟ ସଙ୍କୋଚନ ହୋଇପାରେ। କିନ୍ତୁ ୫୦% ମାମଲାରେ ଏହାର କାରଣ ଜଣାପଡ଼ି ନଥାଏ।
ମୂତ୍ରନଳୀ ସଙ୍କୁଚିତ ହୋଇଛି ବୋଲି କିଭଳି ଜଣାପଡ଼ିବ?
ବାରମ୍ବାର ପରିସ୍ରା ଲାଗିବା, ପରିସ୍ରା ଧାର ପତଳା ହେବା, ପରିସ୍ରା ଲାଗିଲା ବେଳେ କୁନ୍ଥାଇ ହେବା, ବାରମ୍ବାର ପରିସ୍ରା ସଂକ୍ରମଣ ହେବା ଆଦି ମୂତ୍ରନଳୀ ସଙ୍କୁଚିତ ହୋଇଥିବାର ଲକ୍ଷଣ ହୋଇପାରେ।
ଏହାକୁ କିଭଳି ଚିହ୍ନଟ କରାଯାଏ ଓ ଚିକିତ୍ସା କ’ଣ ରହିଛି?
ୟୁରୋଫ୍ଲୋମେଟ୍ରି, ଅଲ୍ଟ୍ରାସାଉଣ୍ଡ୍ ଓ ଏକ୍ସ-ରେ ଦ୍ବାରା ସଙ୍କୁଚିତ ମୂତ୍ରନଳୀ ଚିହ୍ନଟ କରାଯାଇପାରେ। କ୍ୟାମେରା ଦ୍ବାରା ପରିସ୍ରା ରାସ୍ତା ଭିତର ପଟୁ କାଟି ବା ପାଟିରୁ ମାଂସ ନେଇ ପ୍ରତିରୋପଣ କରି ଅଥବା ୟୁରେଥ୍ରା ଡିଲ୍ଟେସନ୍ (ପାଇପ ଦ୍ବାରା ପରିସ୍ରା ଦ୍ବାର ଚଉଡ଼ା କରିବା) ଦ୍ବାରା ଏହାର ଚିକିତ୍ସା କରାଯାଇଥାଏ। ଏ ସବୁ ଚିକିତ୍ସା ବିଫଳ ବି ହୋଇପାରେ। କିଛି ଦିନ ବ୍ୟବଧାନରେ ରୋଗ ପୁଣି ଥରେ ଆସିପାରେ।
ଏହାର କୌଣସି ଆଧୁନିକ ଚିକିତ୍ସା ରହିଛି କି?
ହଁ, ରହିଛି। ‘ୟୁରେଗ୍ରୋ’ ହେଉଛି ଏହି ରୋଗର ଆଧୁନିକ ଚିକିତ୍ସା ପଦ୍ଧତି। ଏହା ଦୁଇଟି ପର୍ଯ୍ୟାୟରେ କରାଯାଏ। ପ୍ରଥମ ପର୍ଯ୍ୟାୟରେ ରୋଗୀ ପାଟିରୁ ଛୋଟ ମାଂସ ଖଣ୍ଡ ଆଣି ତାକୁ କଲ୍ଚର୍ କରିବା ପାଇଁ ଲ୍ୟାବ୍କୁ ପଠାଯାଏ। ୧୫ ଦିନ ପରେ ଲ୍ୟାବ୍ରେ ଏହା କଲ୍ଚର୍ ହେବା ପରେ ସେହି କୋଷକୁ ଇଞ୍ଜେକ୍ସନ୍ ଆକାରରେ ମୂତ୍ରନଳୀର ସଙ୍କୋଚନ ସ୍ଥାନରେ ସିଷ୍ଟୋସ୍କୋପ ଦ୍ବାରା ଦିଆଯାଏ। ଏହା ସ୍ବଳ୍ପ ଅବଧିର ପ୍ରକ୍ରିୟା ହୋଇଥିବାରୁ ରୋଗୀ ଅସ୍ତ୍ରୋପଚାର ପରଦିନ ଘରକୁ ଯାଇପାରେ। ଅନ୍ୟ ଚିକିତ୍ସା ପଦ୍ଧତି ଅପେକ୍ଷା ଏହି ପ୍ରକ୍ରିୟାରେ ସଫଳତା ହାର ଅଧିକ। ରୋଗୀକୁ କଷ୍ଟ ମଧ୍ୟ କମ୍ ହୋଇଥାଏ।
ଡାକ୍ତରଙ୍କୁ ପ୍ରଶ୍ନ: ଷ୍ଟ୍ରିକ୍ଚର ୟୁରେଥ୍ରା ପାଇଁ ଆଧୁନିକ ଚିକିତ୍ସା ‘ୟୁରେଗ୍ରୋ’
ୟୁରେଥ୍ରା ବା ମୂତ୍ରନଳୀ ଶରୀରର ଏକ ଅଙ୍ଗ ଯାହାଦ୍ବାରା ମୂତ୍ରାଶୟରୁ ପରିସ୍ରା ନିଷ୍କାସିତ ହୋଇଥାଏ। ଏହି ମୂତ୍ରନଳୀର ସଂକୋଚନକୁ ‘ଷ୍ଟ୍ରିକ୍ଚର ୟୁରେଥ୍ରା’ କୁହାଯାଇଥାଏ।
/sambad/media/media_files/2024/12/25/XHiu5ZexI5esO6KU2grw.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)