ଆଜି ବିଧାନସଭା ଛୁଟି

ଭୁବନେଶ୍ବର : ଶନିବାର ଦିନ ବିଧାନସଭା ଛୁଟି ରହିବ। ଆଜି ଅପରାହ୍ନରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏ ନେଇ ଏକ ପ୍ରସ୍ତାବ ଆଣିଥିଲେ। ସେ କହିଥିଲେ, ଆଜି ବଜେଟ୍‌ ଉପସ୍ଥାପନ କରାଯାଉଛି। ଆସନ୍ତାକାଲି ଶନିବାର ଅଛି। ତେଣୁ ଗୃହ କାର୍ଯ୍ୟକୁ ଆସନ୍ତାକାଲି ବନ୍ଦ ରଖାଯାଉ। ଅନ୍ୟ ସଭ୍ୟମାନେ ଏହାକୁ ସମର୍ଥନ କରିଥିଲେ। ସର୍ବସମ୍ମତିକ୍ରମେ ବାଚସ୍ପତି ଗୃହ କାର୍ଯ୍ୟ ଶନିବାର ବନ୍ଦ ରଖିଥିଲେ। ବଜେଟ୍‌ ଉପସ୍ଥାପନ ପରେ ସୋମବାର ଦିନ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି।

ସମ୍ବନ୍ଧିତ ଖବର