ବିଦେଶୀ ମ୍ୟୁଜିୟମର ଶୋଭା ବଢ଼ାଉଛି ଭାରତରୁ ଲୁଣ୍ଠନ ହୋଇଥିବା ବହୁମୂଲ୍ୟ ଜିନିଷ!

ଅତୀତରେ ଭାରତରୁ ଲୁଣ୍ଠନ ହୋଇଥିବା ବହୁ ମୂଲ୍ୟବାନ ଜିନିଷ ଏବେ ବିଦେଶୀ ମ୍ୟୁଜିୟମର ଶୋଭା ବଢ଼ାଉଛି। କେବଳ କୋହେନୂର ହୀରା ନୁହେଁ ଭାରତର ବିଭିନ୍ନ ସ୍ଥାନରେ ବହୁ ଜିନିଷ୍ଠ ଲୁଣ୍ଠନ ହୋଇଛି। ଯାହାକୁ ଏବେ ବିଦେଶୀ ମ୍ୟୁଜିୟମରେ ଦେଖିବାକୁ ମିଳୁଛି। ବର୍ତ୍ତମାନ କେବଳ ବ୍ରିଟେନର ମହାରାଣୀର ମୁକୁଟରେ ଲାଗିଥିବା ହୀରା ‘କୋହିନୂର’ ହିଁ ଚର୍ଚ୍ଚାରେ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ଜିନିଷର ସୂଚନା ଦେଉଛୁ, ଯାହା ଭାରତରୁ ଲୁଟ୍ ହୋଇଥିବା ଐତିହ୍ୟ । ସେଥିମଧ୍ୟରୁ କିଛି ଜିନିଷ ଆଜି ବି ବିଦେଶୀ ମ୍ୟୁଜିୟମରେ ରଖାଯାଇଛି ।

ଅମରାବତୀ ସ୍ତୁପ :

ଅମରାବତୀ ସ୍ତୁପ ମୂଳ ରୂପେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ସ୍ଥାପିତ ହୋଇଥିଲା । ୧୪ତମ ଶତାବ୍ଦୀ ପର୍ଯ୍ୟନ୍ତ ଏହି ପୂଜାର ଏକ ବିଶେଷ ସ୍ଥାନ ଥିଲା । ଏହାର ଇତିହାସରୁ ଜଣାପଡେ କି, ସମ୍ରାଟ ଅଶୋକଙ୍କ ଦୂତ ଯେବେ ବୈାଦ୍ଧ ଧର୍ମର ପ୍ରଚାର ପାଇଁ ଅମରାବତୀ ଆସିଥିଲେ, ତ ସେ ଏହି ସ୍ତୁପର ମୂଳଦୁଆ ରଖିଥିଲେ । ପୁଣି ୧୮୪୫ରେ ସର୍ ୱାଲ୍ଟର ଇଲିୟଟ୍ ମୂର୍ତ୍ତିର କିଛି ଭାଗ ଗାଏବ କରି ମାଡ୍ରାସ ମ୍ୟୁଜିୟମରେ ରଖିଦେଲେ । ଯେଉଁଠାରୁ ୧୮୫୯ରେ ଲଣ୍ଡନକୁ ସ୍ଥାନାନ୍ତରିତ କରିଦିଆଗଲା । ଏବେ ଏହା ବ୍ରିଟିଶ ମ୍ୟୁଜିୟମର ଶୋଭା ବଢ଼ାଉଛି ।

ଟିପୁର ବାଘ :

ଲଣ୍ଡନର ‘ଭିକ୍ଟୋରିଆ ଆଣ୍ଡ ଅଲବର୍ଟ ମ୍ୟୁଜିୟମ’ର ଏକ ପ୍ରଦର୍ଶନୀରେ ରଖାଯାଇଥିବା “Tipu’s tiger” ଭାରତୀୟ କଳା ପାଇଁ ବ୍ରିଟିଶ ଆକର୍ଷଣକୁ ଜାହିର କରିଥିଲା । ଏହି ପ୍ରଦର୍ଶନୀ ଗ୍ରେଟ୍ ବ୍ରିଟେନ୍ ଦ୍ୱାରା ନିଜର ଶ୍ରେଷ୍ଠତା ଦେଖାଇବାର ପ୍ରୟାସ ଥିଲା । ଟିପୁ ସୁଲତାନଙ୍କ ପାଇଁ ନିର୍ମିତ କରାଯାଇଥିବା ଏହି ଖେଳନାକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ନେଇଯାଇଥିଲା ।

ବୁଦ୍ଧଙ୍କ ପ୍ରତିମା :

ଏହି ପ୍ରତିମା ଇଂଲଣ୍ଡର ବର୍ମିଂଘାମ ମ୍ୟୁଜିୟମ୍ ଆଣ୍ଡ ଆର୍ଟ ଗ୍ୟାଲେରୀରେ ରଖାଯାଇଛି । ଏହାର ଓଜନ ପାଖାପାଖି ୫୦୦ କିଲୋ ଓ ଏହାକୁ ବିହାରର ଜିଲ୍ଲା ଭାଗଲପୁର ନିଆଯାଇଥିଲା ।

ନାସିକ ହୀରା :

ଏହି ହୀରା ତେଲେଙ୍ଗାନାରେ ମିଳିଥିଲା । ଏହାକୁ ମହାରାଷ୍ଟ୍ରର ନାସିକର ତ୍ରମ୍ବକେଶ୍ୱର ମନ୍ଦିରରେ ସଜାଯାଇଥିଲା । କିନ୍ତୁ ଆଙ୍ଗଲୋ-ମରାଠା ଯୁଦ୍ଧରେ ଏହାକୁ ବ୍ରିିଟିଶ ଜ୍ୱେଲର ପାଖରେ ବିକ୍ରି କରିଦିଆଯାଇଥିଲା । ଏବେ ଏହାର ମୂଲ୍ୟ ୩.୦୬ ମିଲିୟନ ଡଲାର ।

ଶାହାଜାହାନଙ୍କ କପ୍ :

ଏହି କପ୍ ମଣି ପଥରରେ ତିଆରି । ଏହାକୁ ସେଣ୍ଟ୍ରାଲ ଏସିଆ କିମ୍ବା ଚୀନରୁ ମଗାଯାଇଥିଲା । ଏହାକୁ ବିଶେଷ ଭାବେ କଳାପ୍ରେମୀ ଶାହାଜାହାନଙ୍କ ପାଇଁ ଡିଜାଇନ୍ କରାଯାଇଥିଲା । ଯାହାକୁ ୧୮୫୭ର ବିଦ୍ରୋହ ପରେ କୋଲୋନୋଲ ଚାର୍ଲସ ସେଟନ୍ ଗୁଥରୀ ନେଇଯାଇଥିଲେ ।

ଟିପୁ ସୁଲତାନଙ୍କ ମୁଦି ଓ ଖଣ୍ଡା :

ଏହି ଦୁଇଟି ଜିନିଷକୁ ବ୍ରିଟିଶ ସେନା ଟିପ୍ ସୁଲତାନଙ୍କ ମୃତ୍ୟୁ ପରେ ନେଇଯାଇଥିଲା । ଏହି ଜିନିଷ ୨୦୦୪ ପର୍ଯ୍ୟନ୍ତ ବ୍ରିଟିଶ ମ୍ୟୁଜିୟମରେ ରଖାଯାଇଥିଲା । ଟିପୁ ସୁଲତାନଙ୍କ ଖଣ୍ଡାକୁ ବିଜୟ ମାଲ୍ୟା ୧୭୫,୦୦୦ ପାଊଣ୍ଡରେ ନିଲାମ ଜିତି ଭାରତକୁ ଦେଇଥିଲା ।

ସମ୍ବନ୍ଧିତ ଖବର