ଜଣାଶୁଣା ଜ୍ୟୋତିର୍ବିଦ୍ ମନୋଜ କୁମାର ଲେଙ୍କା ଆକଳନ କରିଛନ୍ତି ଯେ ୨୦୨୫ରେ ଓଡ଼ିଶାରେ ବହୁ ନୂତନ ପ୍ରକଳ୍ପର ଶୁଭାରମ୍ଭ ହେବ। ବିଦେଶରୁ ପୁଞ୍ଜି ନିବେଶ ରାଜ୍ୟରେ ବୃଦ୍ଧି ପାଇବ। ରାଜନୈତିକ କ୍ଷେତ୍ରରେ ଉତ୍ଥାନ ପତନ, ନୂତନ ସମୀକରଣ ଦେଖାଦେବ। ଫେବ୍ରୁଆରି ୧୪ ମଧ୍ୟରେ ବହୁ ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦମର୍ଯ୍ୟାଦା ଲାଭ କରିବେ। ବହୁ ଦୁର୍ନୀତିଖୋର ଉଚ୍ଚ ଅଧିକାରୀ ନିଜର ପଦ ମର୍ଯ୍ୟାଦା ହରାଇବେ। ରାଜ୍ୟବାସୀଙ୍କ ପାଇଁ ବର୍ଷଟି ସମୃଦ୍ଧିର ବର୍ଷ ହେବ। କୃଷିକ୍ଷେତ୍ରକୁ ବିଚାର କଲେ, ଏ ବର୍ଷ ଓଡ଼ିଶା ସଫଳତା ଲାଭ କରୁଥିଲେ ମଧ୍ୟ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ଯୋଗୁ ମରୁଡ଼ି ଏବଂ କେତେକ ସ୍ଥାନରେ ମାତ୍ରାଧିକ ବୃଷ୍ଟି କାରଣରୁ ବନ୍ୟାର ବିତ୍ପାତ ସୃଷ୍ଟି ହେବାର ଆଶଙ୍କା ରହିଛି। ଓଡ଼ିଶାର ନୂତନ ପ୍ରକଳ୍ପ ଓଡ଼ିଶାର ଅସ୍ମିତାକୁ ବଜାୟ ରଖିବ। ଚଳିତ ବର୍ଷ ତିନିଟି ଲଘୁଚାପ ଓ ଚାରୋଟି ଭୂମିକମ୍ପ ଏବଂ ଏକାଧିକବାର ବଜ୍ରାଘାତର ଶିକାର ଜନସାଧାରଣକୁ ଭୋଗ କରିବାକୁ ପଡ଼ିବ। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ପୂର୍ବ ୨୫ ବର୍ଷର ଇତିହାସକୁ ଭାଙ୍ଗି ନୂତନ ଇତିହାସ ସୃଷ୍ଟି କରିବ। ବିଦେଶୀ ପୁଞ୍ଜିପତିମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆଗଭର ହେବେ। ଏବର୍ଷ ଆକସ୍ମିକ ଦୁର୍ଘଟଣା ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ସର୍ତକତା ଅବଲମ୍ବନ ଜରୁରୀ। ରାହୁ ବୃଷ ରାଶିରେ ଅବସ୍ଥାନ କରୁଥିବାରୁ ରାଜନୈତିକ ଦଳମାନେ ନିଜ ଭିତରେ ଛାୟାଯୁଦ୍ଧ ସୃଷ୍ଟି କରିବେ। ନିଜେ ନିଜ ଦଳର ନେତାମାନଙ୍କୁ ଓ ଦଳକୁ ଅପଦସ୍ଥ କରିବାକୁ ପଛେଇବେ ନାହିଁ।
ଦେଶ ବିଷୟରେ ଶ୍ରୀ ଲେଙ୍କା ଭବିଷ୍ୟବାଣୀ କରିଛନ୍ତି ଯେ ଏହିବର୍ଷ ମଙ୍ଗଳ, ଦେବଗୁରୁ ବୃହସ୍ପତି ଓ ଶନିଙ୍କର ପ୍ରଭାବ ବିଶେଷ ପରିଲକ୍ଷିତ କରିହେବ। ଶୁକ୍ରଫଳ ମଧ୍ୟମ ରହିବା କାରଣରୁ ଶିଳ୍ପାୟନ ବଢ଼ିବା ସହିତ ପୁଞ୍ଜି ନିବେଶ ବଢ଼ିବ। ସରକାରଙ୍କର କିଛି ନୀତି ଜନହିତକର ହେବ। ବର୍ଷ ଆରମ୍ଭରୁ ଦେଶରେ ଆଧ୍ୟାତ୍ମିକ ମାର୍ଗ ବୃଦ୍ଧିହେବ ଏବଂ ଭାରତ ବିଶ୍ୱବିଦିତ ହେବ। ଦେଶରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ସାଂପ୍ରଦାୟିକ ବିଦ୍ରୋହ ବଢ଼ିବ ଏବଂ ଧନଜୀବନ ନଷ୍ଟ ହେବ। ରାଜନୈତିକ ସ୍ଥିତିକୁ ବିଚାର କଲେ ବିରୋଧୀ ଦଳ ସୁଦୃଢ଼ ଥିଲେ ବି ଭାରତ ସରକାରଙ୍କର କେତେକ ଜନହିତକାର ନୀତି ବିରୋଧୀଙ୍କୁ ହତବାକ୍ କରିବ। ରାଜନୈତିକ କ୍ଷେତ୍ରରେ କେତେକ ରାଜ୍ୟରେ ଆକସ୍ମିକ ରାଜନୈତିକ ପଟ୍ଟ ପରିବର୍ତ୍ତନ ହେବାର ସମ୍ଭାବନା ଥିବା ସ୍ଥଳେ ନୂତନ ରାଜନୈତିକ ସମୀକରଣର ସୃଷ୍ଟି ହେବାର ସମ୍ଭାବନା ରହିଛି।
- ଡ. ମନୋଜ କୁମାର ଲେଙ୍କା,
ହାପି ଲିଭିଙ୍ଗ୍ ଆଷ୍ଟ୍ରୋ, ମୋ: ୯୪୩୮୦୮୨୭୧୬
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/01/n5ONHDykFh2k5Jcl7ddT.jpg)