ମହାକାଶରୁ ପୃଥିବୀପୃଷ୍ଠକୁ ଫେରିବା ପରେ ଚାଲି ପାରୁ ନାହାନ୍ତି ମହାକାଶଚାରୀ; ଦେଖନ୍ତୁ ଭିଡିଓ

ମହାକାଶରେ ଦୀର୍ଘ ଦିନ ରହି ପୃଥିବୀ ପୃଷ୍ଠକୁ ଫେରିବା ପରେ ମହାକାଶଚାରୀ କେତେ କଷ୍ଟ ଅନୁଭବ କରିଥାନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ! ମହାକାଶରେ ଦୀର୍ଘ ଦିନ ରହିବା ପରେ ପୃଥିବୀ ପୃଷ୍ଠକୁ ଫେରିବା ପରେ ମହାକାଶଚାରୀଙ୍କୁ ସାମାନ୍ୟ ସାମାନ୍ୟ କାମ କରିବା ମଧ୍ୟ କଷ୍ଟକର ହୋଇଯାଇଥାଏ । ଆଉ ମହାକାଶଚାରୀଙ୍କ ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ମହାକାଶରୁ ଫେରିବା ପରେ ମହାକାଶଚାରୀଙ୍କୁ ଦୁଇ ପାଦ ଚାଲିବାକୁ ମଧ୍ୟ ସଂଘର୍ଷ କରିବାକୁ ପଡୁଛି ।

ମହାକାଶରେ ୧୯୭ ଦିନ କାଟିଥିବା ମହାକାଶଚାରୀ ଏ.ଜେ ଡ୍ରିଉ ଫିଉଷ୍ଟେଲ ଏବେ ଏମିତି ଏକ ଭିଡିଓ ଟ୍ୱିଟର ପେଜରେ ଅପଲୋଡ କରିଛନ୍ତି । ଯାହାକୁ ଦେଖିଲେ ମହାକାଶକୁ ଯିବା ପାଇଁ ମନବଳେଇବେ ନାହିଁ ସାଧାରଣ ଲୋକ । କାରଣ ମହାକାଶରେ ଦୀର୍ଘଦିନ ଧରି ରହିବା ଏତେ ସହଜ କଥା ନୁହେଁ । ମହାକାଶଚାରୀ ଏ.ଜେ ଡ୍ରିଉ ଫିଉଷ୍ଟେଲ ମହାକାଶରୁ ଫେରିବା ପରେ ଦୁଇ ପାଦ ଚାଲିବା ପାଇଁ ସଂର୍ଘଷ କରୁଛନ୍ତି ।

ମହାକାଶଚାରୀ ଏ.ଜେ ଡ୍ରିଉ ଫିଉଷ୍ଟେଲ ମହାକାଶରେ ୧୯୭ ଦିନ ରହିବା ପରେ ପୃଥିବୀ ପୃଷ୍ଠକୁ ଫେରିଥିଲେ ।  ୫ ଅକ୍ଟୋବରରେ ଅପଲୋଡ ହୋଇଥିବା ଭିଡିଓରେ ମହାକାଶଚାରୀ ଏ.ଜେ ଡ୍ରିଉ ଫିଉଷ୍ଟେଲ ବହୁତ କଷ୍ଟରେ ଚାଲୁଥିବା ନଜରକୁ ଆସିଥିଲେ । ଆଉ ସେ ତାଙ୍କ ସହ ମହାକାଶ ଯାଇଥିବା  ଅନ୍ୟ ସହଯାତ୍ରୀଙ୍କ ସ୍ୱାସ୍ଥ୍ୟ ଠିକ୍ ହେଇଯାଉ ବୋଲି ପ୍ରାର୍ଥନା କରିଛନ୍ତି ।

ନାସା ଅନୁଯାୟୀ, ଏ.ଜେ ଡ୍ରିଉ ଫିଉଷ୍ଟେଲ ମହାକାଶରେ ଫିଲ୍ଡ ଟେଷ୍ଟରେ ଭାଗ ନେଇଥିଲେ । ଏହି ସମୟରେ ମହାକାଶରେ ଭୌତିକ ପରିବର୍ତ୍ତନ ଓ ଏହାର ପ୍ରଭାବ ଉପରେ ତଥ୍ୟ ହାସଲ କରୁଥିଲେ । ତେବେ ପୃଥିବୀ ପୃଷ୍ଠକୁ ଫେରିବା ପରେ ତାଙ୍କ ଶରୀରରେ ବିଭିନ୍ନ ପ୍ରକାର ପ୍ରଭାବ ଦେଖିବାକୁ ମିଳିଥିଲା ।ଏହାପରେ ତାଙ୍କୁ ତତକ୍ଷଣାତ ମେଡିକାଲ ଚେକଅପ୍ ପାଇଁ ନିଆଯାଇଥିଲା ।

ସମ୍ବନ୍ଧିତ ଖବର