୯୫ ବର୍ଷ ବୟସରେ ପଦ୍ମଭୂଷଣ ପାଇଁ ମନୋନୀତ ଏହି ବ୍ୟକ୍ତିଙ୍କ ଦରମା ବାର୍ଷିକ ୨୫ କୋଟି ଟଙ୍କା

ନୂଆଦିଲ୍ଲୀ : ଭାରତର ଲୋକପ୍ରିୟ ମସଲା ଏମ୍‌ଡି ଏଚ୍‌ କଂପାନିର ସିଇଓ ଧରମ ପାଲ୍‌ ଗୁଲାଟି ୯୫ ବର୍ଷ ବୟସରେ ପଦ୍ମଭୂଷଣ ସମ୍ମାନୀତ ହେବାକୁ ଯାଉଛନ୍ତି। ୨ ହଜାର କୋଟି ଟଙ୍କାର ଏହି ଗ୍ରୁପ୍‌ର ସିଇଓଙ୍କର ବାର୍ଷିକ ଦରମା କେତେ ଜାଣନ୍ତି! ହଁ ଧରମ ପାଲ ଗୁଲାଟି ୨୦୧୮ରେ ନିଜର ଦରମା ବାବଦରେ ୨୫ କୋଟି ଟଙ୍କା ନେଇଥିବା କୁହାଯାଉଛି ।


ବର୍ତ୍ତମାନ ପାକିସ୍ତାନରେ ଥିବା ସିଆଲକୋଟ୍‌ଠାରେ ୧୯୨୩ ମସିହା ମାର୍ଚ ୨୭ ତାରିଖରେ ଜନ୍ମ ହୋଇଥିବା ଧରମପାଲ ଗୁଲାଟି ପଞ୍ଚମ ଫେଲ୍ ।ତାଙ୍କ ପରିବାର ଭାରତକୁ ଫେରିବାପରେ ସେ ଟାଙ୍ଗେଓ୍ଵାଲାଭାବେ କାମ କରିଥିଲେ। ଏହାପରେ ସେ କରୋଲବାଗ୍‌ରେ ଏକ ମସଲା ଦୋକାନ ଖୋଲିଲେ। ବର୍ତ୍ତମାନ ତାଙ୍କର ଭାରତ ଓ ଦୁବାଇରେ ୧୮ ଟି କାରଖାନା ଅଛି। ଉତ୍ତର ଭାରତରେ ଏମ୍‌ଡି ଏଚ ମସଲାର ଅଂଶ ହେଉଛି ୮୦ ପ୍ରତିଶତ ,ଗୁଲାଟି ପ୍ରତିଦିନ ନିଜର କାରଖାନାକୁ ଯାଆନ୍ତି। ତାଙ୍କର ଛଅ ଝିଅ ଓ ଏକ ମାତ୍ର ପୁଅ ଗୁଲାଟିକୁ ସହାୟତା କରିଛନ୍ତି। ଗୁଲାଟି ଆଜି ବି ନିଜକୁ ଯୁବକ ବୋଲି ମନେ କରନ୍ତି। ସେ ସକାଳ ୪ଟାରେ ଉଠି ପ୍ରାତଃ ଭ୍ରମଣ ,ଯୋଗ ଆଦି ନିୟମିତ କରନ୍ତି।

ସମ୍ବନ୍ଧିତ ଖବର