ଛତିଶଗଡ଼ର ଏହି କ୍ୟାଫେରେ ବ୍ୟବହୃତ ପ୍ଲାଷ୍ଟିକ୍‌ ଦେଲେ ମିଳୁଛି ମାଗଣା ଖାଦ୍ୟ

ଅମ୍ବିକାପୁର: ବ୍ୟବହୃତ ପ୍ଲାଷ୍ଟିକ୍‌ ବଦଳରେ ମାଗଣାରେ ଖାଦ୍ୟ! ଏପରି ଆକର୍ଷଣୀୟ ଅଫର୍‌ କିଏ ଦେଉଥିବାର ଜାଣିଛନ୍ତି କି? ଛତିଶଗଡ଼ର ଏକ କ୍ୟାଫେରେ ଗ୍ରାହକଙ୍କୁ ଏପରି ଆକର୍ଷଣୀୟ ଅଫର୍‌ ଦିଆଯାଇଛି। ଗ୍ରାହକମାନେ ବ୍ୟବହୃତ ପ୍ଲାଷ୍ଟିକ୍‌ ଦେଇ ତାଙ୍କ କ୍ୟାଫେରୁ ମାଗଣାରେ ଖାଦ୍ୟ ଖାଇପାରିବେ ବୋଲି କୁହାଯାଇଛି।

ଛତିଶଗଡ଼ର ରାଜଧାନୀ ରାୟପୁରରୁ ୩୦୦ କିଲୋମିଟର ଦୂରରେ ଥିବା ଅମ୍ବିକାପୁରରେ ଥିବା ଏକ କ୍ୟାଫେରେ ଏପରି ଆକର୍ଷଣୀୟ ଅଫର୍‌ ଦିଆଯାଇଛି।

Laughing Colours

ଅମ୍ବିକାପୁରକୁ ପ୍ଲାଷ୍ଟିକ୍‌ ବିହୀନ କରିବା ପାଇଁ ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ) ପୂର୍ବରୁ ନୂଆ କରି ଖୋଲିବାକୁ ଯାଉଥିବା ଏହି ରେଷ୍ଟୁରାଣ୍ଟ୍‌ଟି ସ୍ଥାନୀୟ ପ୍ରଶାସନର ସମର୍ଥନରେ ଏପରି ପଦକ୍ଷେପ ନେଇଛି। ପ୍ରତ୍ୟେକ ୫୦୦ ଗ୍ରାମ୍‌ର ପ୍ଲାଷ୍ଟିକ୍‌ ପାଇଁ ଗ୍ରାହକଙ୍କୁ ୪୦ରୁ ୬୦ ଟଙ୍କାର ଏକ ଟୋକନ୍‌ ପ୍ରଦାନ କରାଯାଉଛି। ସେହି ଟୋକନ୍‌ଟି ଦେଖାଇ ଉକ୍ତ କ୍ୟାଫେରୁ ମାସେ ଭିତରେ କେଉଁ ବି ଦିନ ଖାଦ୍ୟ ଖାଇପାରିବେ ଗ୍ରାହକ।

ସକାଳ ଜଳଖିଆ ଓ ମିଲ୍‌( ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ) ପାଇଁ ଭିନ୍ନ ଟୋକନ ପ୍ରଦାନ କରାଯାଉଛି। ସକାଳ ଜଳଖିଆ ପାଇଁ ଉପଲବ୍ଧ ଟୋକନ୍‌ର ମୂଲ୍ୟ ୪୦ ଥିବା ବେଳେ ମିଲ୍‌ ପାଇଁ ଥିବା ଟୋକନ୍‌ର ମୂଲ୍ୟ ୬୦ ଟଙ୍କା।

ସମ୍ବନ୍ଧିତ ଖବର