ବାଜପେୟୀଙ୍କୁ କାମୁଡ଼ି ଦେଇଥିଲା ପ୍ରଣବ ମୁଖାର୍ଜୀଙ୍କ କୁକୁର; ପୁରୁଣା କଥାକୁ ମନେ ପକାଇ ଟୁଇଟର୍ରେ କାହାଣୀ ଲେଖିଲେ ମୁଖାର୍ଜୀଙ୍କ ଝିଅ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପରଲୋକ ସାରା ଦେଶରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ଅଗଷ୍ଟ ୧୬ ତାରିଖରେ ତାଙ୍କର ଦେହାନ୍ତ ହେବା ପରେ ବନ୍ଧୁ, ପରିଜନ, ଶୁଭେଚ୍ଛୁ, ଦଳୀୟ ସଦସ୍ୟ ଆଦି ଅନେକ ସୋସିଆଲ୍ ମିଡିଆରେ ଶୋକ ପ୍ରକାଶ କରିବା ସହ ସ୍ମରଣୀୟ ଦିନଗୁଡ଼ିକୁ ମନେ ପକାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବାଜପେୟୀଙ୍କୁ ନେଇ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଟୁଇଟ୍ରେ ଏକ ପୋଷ୍ଟ୍ କରିଛନ୍ତି, ଯାହା କାଫି ମଜାଦାର୍।
Remembering a childhood incident when our dog Daku bit Vajpeyee ji during his morning walk.Hearing dis,my mom rushed 2 c him.He had a good laugh &sent her back wid homegrown vegies. Exchange of culinary delights continued betwn d neighbors, leaving behind a flood of fond memories
— Sharmistha Mukherjee (@Sharmistha_GK) 16 August 2018
ସେ ଲେଖିଛନ୍ତି, ‘ମନେପଡୁଛି ମୋର ପିଲାଦିନ କଥା, ଯେତେବେଳେ ଆମ କୁକୁର ‘ଡାକୁ’ ବାଜପେୟୀ ପ୍ରାତଃ ଭ୍ରମଣ କଲା ସମୟରେ ତାଙ୍କୁ କାମୁଡ଼ି ଦେଇଥିଲା। ଏକଥା ଶୁଣିବା ପରେ ତାଙ୍କୁ ଦେଖିବା ପାଇଁ ମୋ ମାଆ ଧାଇଁ କରି ତାଙ୍କ ଘରକୁ ଗଲେ। ସେ ଜୋର୍ କରି ହସି କରି ନିଜ ବଗିଚାର କିଛି ତଟକା ପରିବା ହାତରେ ଧରାଇ ତାଙ୍କୁ ଘରକୁ ପଠାଇଦେଲେ। ପଡ଼ୋଶୀ ଭାବେ ଆଦାନପ୍ରଦାନ ହୋଇଥିବା ଭାବ ଚାଲୁ ରହିଥିଲା। ଯାହାକି ଶେଷରେ ଏକ ଦୁଃଖର ବନ୍ୟାରେ ଭସାଇ ଚାଲିଗଲା।’
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପ୍ରଣବ ମୁଖାର୍ଜୀ ଓ ଅଟଳ ବିହାରୀ ବାଜପେୟୀ ଦୀର୍ଘ ଦିନ ଧରି ପଡ଼ୋଶୀ ଭାବେ ଗୋଟାଏ କଲୋନିରେ ରହିଛନ୍ତି।