ଭୁଲ ପରୀକ୍ଷାକେନ୍ଦ୍ରରେ ବାପା ଝିଅକୁ ଛାଡ଼ି ଆସିବା ପରେ ଘଟିଲା ଏମିତି ଘଟଣା…

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲିଛି। ପରୀକ୍ଷା ଚାଲିଥିବା ସମୟରେ ବିଭିନ୍ନ ଘଟଣା ବି ସାମ୍ନାକୁ ଆସୁଛି। ଏହି କ୍ରମରେ ଗୁଜୁରାଟରେ ବୋର୍ଡ ପରୀକ୍ଷା ଚାଲିଛି। ପରୀକ୍ଷା ଦେବା ପାଇଁ ଜଣେ ଛାତ୍ରୀ ଘରୁ ବାହାରିଥିବା ବେଳେ ତାଙ୍କ ବାପା ତାଙ୍କୁ ଭୁଲ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇ ଦେଇଥିଲେ।

ଯେତେବେଳେ ଛାତ୍ରୀ ଜାଣିଲେ ସେ ଯେଉଁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିଛନ୍ତି, ତାହା ତାଙ୍କ ପରୀକ୍ଷାକେନ୍ଦ୍ର ନୁହେଁ। ତାଙ୍କ ପରୀକ୍ଷାକେନ୍ଦ୍ର  ଆହୁରି ୨୦କିମି ଦୂରରେ ଅଛି। ଏହାପରେ ସେ କ’ଣ କରିବେ କିଛି ଚିନ୍ତା କରି ନପାରି ଭୋଭୋ ହୋଇ କାନ୍ଦିଥିଲେ। ଛାତ୍ରୀଙ୍କୁ ସ୍କୁଲ ପୋଷାକରେ ଏଭଳି କାନ୍ଦିବା ଦେଖି ଜଣେ ପୁଲିସ କର୍ମଚାରୀ ଦେବଦୂତ ସାଜି ତାଙ୍କ ପାଖରେ ପହଞ୍ଚିଥିଲେ। ଆଉ ଛାତ୍ରୀଙ୍କ ଠାରୁ ତାଙ୍କ ଅସୁବିଧା ବୁଝିବା ପରେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ।

ପୁଲିସ ଇନ୍ସପେକ୍ଟର ତାଙ୍କ ସରକାରୀ ଗାଡ଼ିରେ ଛାତ୍ରୀଙ୍କୁ ବସାଇ ପରୀକ୍ଷା ପାଇଁ ବଞ୍ଚିଥିବା ୧୫ମିନିଟ ପୂର୍ବରୁ ନେଇ ଉଚିତ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇ ଦେଇଥିଲେ। ଏହି ପୁଲିସ କର୍ମଚାରୀଙ୍କ ନାମ ପିଆଇ ଜେବି ଘୋଲା ଭାବରେ ହୋଇଛି। ଉକ୍ତ ପୁଲିସ କର୍ମଚାରୀଙ୍କ ସାହାଯ୍ୟ ପାଇଁ ଛାତ୍ରୀଙ୍କ ଗୋଟିଏ ବର୍ଷ ପାଠପଢ଼ା ନଷ୍ଟ ହୋଇ ନଥିଲା। ନଚେତ ଛାତ୍ରୀଙ୍କ ସବୁ ପରିଶ୍ରମ ବୃଥା ହୋଇଯାଇଥାଆନ୍ତା। ଉକ୍ତ ଛାତ୍ରୀଙ୍କ ନାମ ନିଶା ଜୟନ୍ତୀଭାଇ ସବାନି।

ସମ୍ବନ୍ଧିତ ଖବର