୧୦ମ ଶ୍ରେଣୀ ପରୀକ୍ଷା ପାଇଁ ପୁଅକୁ ସାଇକେଲ୍‌ରେ ବସାଇ ବୃଦ୍ଧ ବାପା ୧୦୫କିମି ପର୍ଯ୍ୟନ୍ତ ଯାତ୍ରା କରିଥିଲେ

ଧାର: ଉପରୋକ୍ତ ଫଟୋଟିରେ ଜଣେ ବୃଦ୍ଧ ବାପା ତାଙ୍କ ପୁଅକୁ ସାଇକେଲରେ ବସାଇ ନେଉଥିବା ଦେଖିବାକୁ ମିଳିଛି।

ତେବେ ମଧ୍ୟପ୍ରଦେଶ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ବିଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଉ ଏକ ସୁଯୋଗ ଦେବା ପାଇଁ ରାଜ୍ୟ  ‘ରୁକ୍‌ ଯାନା ନେହିଁ’ ଅଭିଯାନ ଚଳାଇଛି । ଏହି ଅଭିଯାନ ଅଧୀନରେ ଧାର ଜିଲ୍ଲାର ମନାଓ୍ଵର ତହସିଲର ଗ୍ରାମ ବାଇଦିପୁରାର ଶୋଭାରାମଙ୍କ ପୁଅ ଆଶିଷଙ୍କୁ ଦଶମ ଶ୍ରେଣୀର ତିନିଟି ପରୀକ୍ଷା ଦେବାର ଥିଲା। ଗତ ମଙ୍ଗଳବାର ଆଶିଷର ଗଣିତ ପରୀକ୍ଷା ଥିଲା।

 7 घंटे में तय किया पूरा सफर

ତେବେ ଆଶିଷଙ୍କ ପରୀକ୍ଷା କେନ୍ଦ୍ର ଘରଠାରୁ ପ୍ରାୟ ୧୦୫ କିଲୋମିଟର ଦୂରରେ ଥିବା ଧାର ସ୍କୁଲରେ ପଡ଼ିଥିଲା। କରୋନା ମହାମାରୀ ଯୋଗୁଁ ବସ୍‌ ଚଳାଚଳ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ଆଶିଷଙ୍କ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସହଜ ନଥିଲା। ତେଣୁ ଆଶିଷଙ୍କ ବୃଦ୍ଧ ବାପା ଶୋଭାରାମ ପୁଅକୁ ପରୀକ୍ଷା କେନ୍ଦ୍ରକୁ ସାଇକେଲ୍‌ରେ ନେଇଯିବା ପାଇଁ ସ୍ଥିର କରିଥିଲେ। ମଙ୍ଗଳବାର ଦିନ ପରୀକ୍ଷା ଥିବାରୁ ସେ ପୁଅକୁ ସୋମବାର ରାତି ପ୍ରାୟ ୧୨ଟା ବେଳେ ସାଇକେଲରେ ବସାଇ ପରୀକ୍ଷା କେନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ଶୋଭାରାମ ପ୍ରାୟ ୭ ଘଣ୍ଟା ସାଇକେଲ ଚଲାଇ ୧୦୫ କିଲୋମିଟର ଯାତ୍ରା କରିଥିଲେ। ମଙ୍ଗଳବାର ସକାଳ ଆଠଟା ବେଳେ ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ ପୂର୍ବରୁ ସେ ପୁଅକୁ ନେଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ବୁଧବାର ସାମାଜିକ ବିଜ୍ଞାନ ଏବଂ ଗୁରୁବାର ଇଂରାଜୀ ପରୀକ୍ଷା ଥିବାରୁ ଘରୁକୁ ଫେରି ପୁଣି ଆସିବା ସମ୍ଭବ ନଥିବାରୁ ସେ ନିଜ ସହିତ ପୁଅ ପାଇଁ ରାସନ ଓ ଖାଦ୍ୟ ବି ସାଥୀରେ ଧରି ଆସିଥିଲେ। ପରୀକ୍ଷା ଶେଷ ନହେବା ପର୍ଯ୍ୟନ୍ତ ବାପ-ପୁଅ ଦୁହେଁ ଏହି ପରୀକ୍ଷା କେନ୍ଦ୍ର ନିକଟରେ ରହିବେ ବୋଲି ସ୍ଥିର କରିଛନ୍ତି।

 पैसे उधार लेकर चल पड़े

ଶୋଭାରାମ ଏହି ଘଟଣାକୁ ନେଇ କହିଛନ୍ତି, ସେ ଜଣେ ଶ୍ରମିକ ଭାବରେ କାମ କରନ୍ତି। ଆର୍ଥିକ ସଙ୍କଟ ହେତୁ ସେ ବିଶେଷ କିଛି ପାଠ ପଢ଼ି ପାରି ନଥିଲେ।। କିନ୍ତୁ ପୁଅକୁ ସେ ଉଚ୍ଚ ଶିକ୍ଷିତ କରିବେ ବୋଲି ସ୍ୱପ୍ନ ଦେଖିଛନ୍ତି। କରୋନା ମହାମାରୀ ପାଇଁ ଆର୍ଥିକସ୍ଥିତି ଠିକ୍‌ ନଥିବା ବେଳେ ପୁଅର ପରୀକ୍ଷା ଦେବା ଜରୁରୀ ଥିବାରୁ ସେ ୫୦୦ ଟଙ୍କା ଧାର ନେଇ ତିନିଦିନ ପାଇଁ ରାସନ ନେଇ ଆସିଛନ୍ତି।

ସମ୍ବନ୍ଧିତ ଖବର