ଶିକ୍ଷକ ହେବ ତ ଏମିତି, ଛାତ୍ରୀଙ୍କ ଇଚ୍ଛା ପୂରଣ ପାଇଁ ପାହାଡ଼ ଚଢିଲେ ସାର

ଏଥେନ୍ସ: ଅନ୍ୟ ଜଣଙ୍କର ସ୍ୱପ୍ନକୁ ନିଜର ସ୍ୱପ୍ନ ଭାବି ପୂରଣ କରିବା କିଛି ଛୋଟ କଥା ନୁହେଁ | ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କ ଇଛାକୁ ପୂରଣ କରିବାକୁ ଶିକ୍ଷକଙ୍କ କଠିନ ପରିଶ୍ରମ ଖୁବ କମ ଦେଖିବାକୁ ମିଳେ | ଗ୍ରୀସ ଦେଶରୁ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଯେଉଁଠି ଜଣେ ଶିକ୍ଷକ ନିଜ ଛାତ୍ରୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି | କାହାଣୀଟି କିଛି ଏହିପରି | ଗ୍ରୀସର ଆଥଲେଟ୍ ମାରିଓସ୍ ଜିଆନାକୋ ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ଅବିଶ୍ୱସନୀୟ କାର୍ଯ୍ୟ କରିଛନ୍ତି |

ଏଲିଫାଥେରିଆ ଟୋସିଓ ନାମକ ଜଣେ ଛାତ୍ରୀଙ୍କୁ ତାଙ୍କ ପିଠିରେ ବସାଇ ତାଙ୍କୁ ମାଉଣ୍ଟ ଅଲିମ୍ପସ୍ ଶିଖରକୁ ନେଇଥିଲେ ଯେଉଁସ୍ଥାନକୁ ଯିବାକୁ ଝିଅଟି ସ୍ୱପ୍ନ ଦେଖିଥିଲା ​​| ସେପ୍ଟେମ୍ବର ମାସରେ, ମାରିଓସ୍ ୨୨ ବର୍ଷୀୟ ଜୀବ ବିଜ୍ଞାନ ଛାତ୍ରୀ ଏଲିଫାଥେରିଆଙ୍କୁ ଭେଟିଥିଲେ | ଏହି ଛାତ୍ରୀ ଜଣକ ଦିବ୍ୟାଙ୍ଗ ହୋଇଥିବାବେଳେ ସେ କହିଥିଲେ ଯେ ମାଉଣ୍ଟ ଅଲିମ୍ପସର ଶିଖରକୁ ଯିବାକୁ ଚାହାଁନ୍ତି | ତେଣୁ, କିଛି ସପ୍ତାହ ମଧ୍ୟରେ, ମାରିଓସ୍ ନିଜ ଛାତ୍ରୀଙ୍କୁ ପର୍ବତ ଶିଖରରେ ପହଂଚାଇବା ପାଇଁ ସ୍ଥିର କରିଥିଲେ |

photo-aajtak

ସେଥିପାଇଁ ପିଠିରେ ନିଜ ଛାତ୍ରୀଙ୍କୁ ବୋହି ମାଉଣ୍ଟ ଅଲିମ୍ପସ ଶିଖରକୁ ଯାତ୍ରା ଆରମ୍ଭ କରିଥିଲେ | ପାହାଡିଆ ରାସ୍ତାରେ ବହୁତ କଷ୍ଟ ହୋଇଥିଲେ ବି ଏହି ଆଥଲେଟ ଜଣକ ନିଜ ଛାତ୍ରୀଙ୍କ ସ୍ୱପ୍ନକୁ ପ୍ରାଧାନ୍ୟ ଦେଇଥିଲେ | ନିଜ ଇନଷ୍ଟାଗ୍ରାମରେ ଆଥଲେଟ ଜଣକ ସୂଚନା ଦେଇଛନ୍ତି ଯେ ଏଲିଫାଥେରିଆ ହେଉଛନ୍ତି ପ୍ରଥମ ମହିଳା ଯିଏକି ଦିବ୍ୟାଙ୍ଗ ସତ୍ତ୍ୱେ ମାଉଣ୍ଟ ଅଲିମ୍ପସର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର