ଜର୍ଜିଆର ଆଟ୍‌ଲାନ୍‌ଟା ସହର ଉପକଣ୍ଠରେ ଥିବା ଏକ ଜଙ୍ଗଲର ମୁଖ୍ୟ ଆକର୍ଷଣ ହେଉଛି ‘କଣ୍ଢେଇ ମୁଣ୍ତ ଚଲାପଥ’

ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଜର୍ଜିଆର ଆଟ୍‌ଲାନ୍‌ଟା ସହର ଉପକଣ୍ଠରେ ଥିବା ଛୋଟିଆ ଜଙ୍ଗଲ ବିଭିନ୍ନ ପ୍ରକାରର ଗଛ-ଲତାରେ ପରିପୂର୍ଣ୍ଣ। ଜଙ୍ଗଲ ଭିତରେ ଗୁଡ଼ିଏ ପରିତ୍ୟକ୍ତ ଜଳାଶୟ। ଜଙ୍ଗଲର ନାମ- ‘କନ୍‌ସଟିଚ୍ୟୁସନ୍‌ ପାର୍କ‌୍‌’। ଏହା ବିଭିନ୍ନ ପ୍ରକାରର ଚ‌େଢ଼ଇ, ହରିଣ, ଠେକୁଆ, ବନ୍ୟ ଶୂକର ଆଦିଙ୍କ ବାସସ୍ଥାନ। ଏଠାରେ ଥିବା ଜଙ୍ଗଲିଆ, ଅଣ-ଓସାରିଆ ରାସ୍ତାର ଲମ୍ବ ପ୍ରାୟ ଦେଢ଼ ମାଇଲ୍‌ ଏବ˚ ଏହାର ନାମ ‘କଣ୍ଢେଇ ମୁଣ୍ତ ଚଲାପଥ’।

ଏ ଭଳି ନାମକୁ ସାର୍ଥକ କରେ, ଚଲାପଥରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିବା ଛୋଟ-ବଡ଼ କଣ୍ଢେଇ ମୁଣ୍ତ। କିଛି ବର୍ଷ ତଳେ ଜୋଏଲ୍‌ ସ୍ଲେଟନ୍‌ ନାମକ ସ୍ଥାନୀୟ କାଠ-କାରିଗର ସେଠାରେ କଣ୍ଢେଇ ମୁଣ୍ତ ସ୍ଥାପନ କାର୍ଯ୍ୟ ଆରମ୍ଭ କରିଥିଲେ। କ୍ରମେ ଅନ୍ୟମାନେ ତାଙ୍କ ସହ ଯୋଗଦେଇଥିଲେ। ଏବେ ବି ସେଠାରେ କଣ୍ଢେଇ ମୁଣ୍ତ ସ୍ଥାପନ ଚାଲିଛି। ଯେଉଁ ଶୈଳୀରେ ସେଗୁଡ଼ିକୁ ଖଞ୍ଜାଯାଉଛି, ତାହାକୁ ଏକ ପ୍ରକାରର କଳା ପ୍ରଦର୍ଶନୀ କହାଯାଇପାରେ। କିଛି ପରିମାଣରେ ଭୟ ଉଦ୍ରେକ କରୁଥିବା କଳା। କେହି ଯତ୍ନ ନେଉ ନ ଥିବାରୁ କଣ୍ଢେଇଗୁଡ଼ିକ ପରିତ୍ୟକ୍ତ। ‘କଣ୍ଢେଇ ମୁଣ୍ତ ଚଲାପଥ’ ଏହି ଜଙ୍ଗଲର ମୁଖ୍ୟ ଆକର୍ଷଣ।

ସମ୍ବନ୍ଧିତ ଖବର