ସାଧାରଣତଃ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ମାତ୍ରେ ହିଁ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଏକ ଏଟିଏମ କାର୍ଡ ପ୍ରଦାନ କରାଯାଇଥାଏ। ଯାହା ଜରିଆରେ ଗ୍ରାହକ ଏଟିଏମ ମେସିନରୁ ଯେତେବେଳେ ଚାହିଁବେ ନିଜ ଖାତାରୁ ଟଙ୍କା ଉଠାଇପାରିବେ। ସେହିପରି ଏଟିଏମ ଆମର ଅନେକ ଗୁରୁତ୍ୱପୂର୍ଣ୍ଣ କାମକୁ ବି ସହଜ କରିଦେଇଥାଏ। ଆପଣ ଏହି କାର୍ଡ ଜରିଆରେ ସପିଂଠାରୁ ଆରମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାମ ବି କରିପାରିବେ। ହେଲେ ଆପଣଙ୍କୁ ବୋଧହୁଏ ଜଣାନଥିବ କି ଏଟିଏମକାର୍ଡଧାରକଙ୍କୁ ଇନସ୍ୟୁରାନ୍ସ କଭର ମଧ୍ୟ ମିଳିଥାଏ। ଯଦି ଆପଣ ଏକଥା ଜାଣି ନାହାଁନ୍ତି ତେବେ ଏହି ଖବର ଆପଣଙ୍କ କାମରେ ନିହାତି ଆସିବ। ଆସନ୍ତୁ ଜାଣିବା ଏ ବିଷୟରେ।
Sambad is now on WhatsApp
Join and get latest news updates delivered to you via WhatsApp
ଇନସ୍ୟୁରାନ୍ସ କଭରର ପରିସୀମା
ପାଖାପାଖି ସମସ୍ତ ବ୍ୟାଙ୍କ ଯଥା ସେ ସରକାରୀ ହେଉ ଅବା ବେସରକାରୀ ବ୍ୟାଙ୍କ, ଖାତାରେ ଗ୍ରାହକଙ୍କୁ ଆକ୍ସିଡେଂଟିଆଲ କଭର କିମ୍ବା ଆକ୍ସିଡେଂଟାଲ ଡେଥ କଭର ଦେଇଥାନ୍ତି। ଏହି କ୍ରାଇଟେରିଆ ଭିତରେ ଯାଉଥିବା ବୀମାରାଶିର ରେଂଜ ୫୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ତେବେ କିଛି ବ୍ୟାଙ୍କ କ୍ରେଡିଟ୍ କାର୍ଡ ଉପରେ ବି ବୀମାରାଶି ସୁବିଧା ଦେଇଥାନ୍ତି। ଏଥିପାଇଁ ଆପଣଙ୍କୁ ନିଜ ବ୍ୟାଙ୍କ ଖାତା ଚାଲୁ ରଖିବାକୁ ପଡିବ।
ଯଦି କୌଣସି ଏଟିଏମ କାର୍ଡ ଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରିଜନଙ୍କୁ ୨ରୁ ୫ ମାସକ ଭିତରେ ବ୍ୟାଙ୍କର ବ୍ରାଞ୍ଚକୁ ସୂଚନା ଦେବାକୁ ପଡିବ, ଯେଉଁଠି ତାଙ୍କର ଖାତା ଥିବ। ସେହି ବ୍ରାଞ୍ଚରେ କ୍ଷତିପୂରଣର ଆପ୍ଲିକେସନ ଦେବାକୁ ପଡିବ। କ୍ଷତିପୂରଣ ଦେବା ପୂର୍ବରୁ ବ୍ୟାଙ୍କ ଚେକ୍ କରିବ କି ସମ୍ବନ୍ଧିତ ବ୍ୟକ୍ତି ଜଣକ ୬୦ ଦିନ ଭିତରେ କୌଣସି ଆର୍ଥିକ କାରବାର କରିଛନ୍ତି କି ନାହିଁ। ଏହି ଇନସ୍ୟୁରାନ୍ସ ଆଧାରରେ ବିକଳାଙ୍ଗଠାରୁ ଆରମ୍ଭ ମୃତ୍ୟୁ ହେବା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପ୍ରକାରର କ୍ଷତିପୂରଣ ବାବଦକୁ ଟଙ୍କା ମିଳିଥାଏ। ଖାଲି ଏତିକି ନୁହେଁ ଆପଣ ବ୍ୟାଙ୍କକୁ ଯାଇ ଏହା ଜାଣିବାକୁ ପଡିବ କି ଆପଣଙ୍କର କାର୍ଡରେ କେତେ ବୀମା କଭର ମିଳୁଛି।
କ୍ଲେମ ପାଇଁ ଦେବାକୁ ପଡିବ କି ଦସ୍ତାବିଜ
ଏଭଳି ଭାବରେ ଇନସ୍ୟୁରାନ୍ସ କ୍ଲେମ ପାଇଁ ଯେଉଁ ବ୍ୟକ୍ତିଙ୍କର ଆକ୍ସିଡେଂଟ ହୋଇଥିବ କିମ୍ବା ମୃତକ ସହ ଜଡିତ ସମସ୍ତ ଦସ୍ତାବିଜ ଥିବା ନିହାତି ଜରୁରୀ। ସମ୍ବନ୍ଧିତ ବ୍ୟକ୍ତି ଯଦି ମେଡିକାଲରେ ଭର୍ତି ଥିବେ ତେବେ ତାଙ୍କର ସମସ୍ତ ମେଡିକାଲ ଡକ୍ୟୁମେଂଟ ମଧ୍ୟ ଦେବାକୁ ପଡିବ। ଏହାଛଡା ଯଦି ତାଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ପୋଷ୍ଟ ମର୍ଟମ ରିପୋର୍ଟ, ପୁଲିସ ରିପୋର୍ଟ, ଡେଥ୍ ସାର୍ଟିଫିକେଟ ଏବଂ ଡ୍ରାଇଭିଂ ଲାଇସେମନ୍ସ ମଧ୍ୟ ଦେବାକୁ ପଡିବ।