ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ସାମ୍ନାକୁ ଆସିଥାଏ। ଏହି ଭିଡିଓଗୁଡ଼ିକ ମଧୢରୁ ଏମିତି କିଛି ଭିଡିଓ ରହିଥାଏ, ଯାହାକୁ ଦେଖିଲେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ହସିହସି ବେଦମ ହୋଇଯାଇଥାଆନ୍ତି। ନିକଟରେ ଜଣେ ମହିଳା ବର ଓ ବଧୂଙ୍କ ବିବାହ ଉତ୍ସବର ଭିଡିଓ ତିଆରି କରୁଥିଲେ। ଏହି ସମୟରେ ସେ ଏକ ନଳାରେ ପଡ଼ିଯାଇଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଦେଖିବା ପରେ ହସିହସି ବେଦମ ହୋଇଯାଉଥିବା ବେଳେ ଆଉ କିଛି ଲୋକ ଯୁବତୀଙ୍କ ଅବସ୍ଥା କ’ଣ ହୋଇଥିବ ତାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।
ଇନଷ୍ଟାଗ୍ରାମରେ ହାଇଦ୍ରାବାଦୀ ଜାନ ନାମକ ପେଜରୁ ଏହି ଭିଡିଓଟି ସେୟାର ହୋଇଛି। ଯେଉଁଥିରେ ଆପଣ ଦେଖିପାରିବେ ଏକ ଖ୍ରୀଷ୍ଟିୟାନ ବଧୂ ଓ ବର ସଜେଇ ହୋଇ ଚାଲୁଛନ୍ତି। ଏହି ବିବାହ ଉତ୍ସବରେ ଉପସ୍ଥିତ ଥିବା ଲୋକମାନେ ଉକ୍ତ ବର ଓ ବଧୂଙ୍କ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ମହିଳା ବି ବର ଓ ବଧୂଙ୍କ ଭିଡିଓ କରିକରି ପଛକୁ ପଛ ଯାଉଥିଲେ। ଏତିକି ବେଳେ ସେଠାରେ ଥିବା ଏକ ନଳାରେ ଉକ୍ତ ମହିଳା ଜଣକ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ଥିବା ଲୋକମାନେ ଉକ୍ତ ନଳାରୁ ମହିଳାଙ୍କୁ ଉଦ୍ଧାର କରିଥିଲେ।
View this post on Instagram
ଏହି ଭିଡିଓ ଦେଖି ଲୋକମାନେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି କି,‘ ଆପଣ ଯାହାଙ୍କ ଏତେ ଉତ୍ସାହରେ ଫଟୋ ଉଠାଇଥିଲେ, ଯାହାଙ୍କ ପାଇଁ ଆପଣଙ୍କ ଏଭଳି ଅବସ୍ଥା ହେଲା ସେ ଦୁହିଁଙ୍କୁ ତ ଆପଣଙ୍କୁ ନେଇ କୌଣସି ଫରକ ପଡ଼ିନାହିଁ।’
ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହାକୁ ୨ଲକ୍ଷ ୮୦ହଜାରରୁ ଅଧିକ ଥର ଲୋକ ଦେଖିସାରିଛନ୍ତି। ଏଥିସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/7-20.jpg)