ରାଂଚି: ନିଜର ଖେଳ ଓ ବ୍ୟବହାରକୁ ନେଇ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ଭାରତୀୟ କ୍ରିକେଟ୍ ଖେଳାଳୀ ତଥା ପୂର୍ବ କ୍ୟାପ୍ଟେନ୍ ମିଷ୍ଟର୍ କୁଲ୍ ମହେନ୍ଦ୍ର ସିଂହ ଧୋନି ଏହି ନିକଟରେ ତାଙ୍କର ହୋମ୍ ଟାଉନ୍ ରାଂଚିରେ ପହଞ୍ଚିଥିବା ସହିତ ସେ ନିଜ ଘରକୁ ଅଷ୍ଟ୍ରେଲିଆ ଖେଳାଳୀ ଏବଂ ବଲିଉଡ୍ ଅଭିନେତା ଅନୁପମ୍ ଖେର୍ଙ୍କୁ ରାତ୍ରି ଭୋଜନ କରିବାକୁ ନିମନ୍ତ୍ରଣ କରିଥିଲେ।
ସୂଚନା ଅନୁଯାୟୀ,ଧୋନି ତାଙ୍କର ରିଂଗ୍ ରୋଡ଼୍ ନିକଟରେ ନିର୍ମିତ ନୂତନ ଘରକୁ ଅଷ୍ଟ୍ରେଲିଆ ଖେଳାଳୀ ଏବଂ ଅଭିନେତା ଅନୁପମ୍ ଖେର୍ଙ୍କୁ ଡ଼ିନର୍ ପାର୍ଟି ଦେବାକୁ ଆମନ୍ତ୍ରଣ କରିଥିଲେ। ଏହି ପାର୍ଟିରେ ଅଷ୍ଟ୍ରେଲିଆ ଦଳର କ୍ୟାପ୍ଟେନ ଷ୍ଟିଭ୍ ସ୍ମିଥ୍, ହେରିକ୍ସ ଏବଂ ଟିମ୍ ପେନ୍ ଉପସ୍ଥିତ ରହିଥିଲେ। ହାରାହାରି ୭ ଏକର ଜମିରେ ନିର୍ମିତ ଧୋନିଙ୍କ ଏହି ଫାର୍ମହାଉସ୍ରେ ଅଷ୍ଟ୍ରେଲିଆର ଖେଳାଳୀଙ୍କ ବ୍ୟତୀତ ଧୋନିଙ୍କର କିଛି ଖାସ୍ ବନ୍ଧୁ ମଧ୍ୟ ସାମିଲ୍ ହୋଇଥିଲେ। ଏହାବ୍ୟତୀତ ଫିଲ୍ମ ଅଭିନେତା ଅନୁପମ୍ ଖେର୍ ମଧ୍ୟ ଏହି ଡ଼ିନର୍ ପାର୍ଟିକୁ ଆମନ୍ତ୍ରିତ ହୋଇ ଆସିଥିଲେ।
ପାରିବାରିକ ସୂତ୍ର ଅନୁଯାୟୀ,ଏଠାରେ ଉପସ୍ଥିତ ରହିଥିବା ସମସ୍ତ ସଦସ୍ୟ ସ୍ଥାନୀୟ ବ୍ୟଞ୍ଜନ ‘ଲିଟ୍ଟି ଚୋଖା’ ବ୍ୟତୀତ ଝାଡ଼ଖଣ୍ଡର ଅନ୍ୟ ବ୍ୟଜଂନର ମଧ୍ୟ ସ୍ୱାଦ ଚାଖିଥିଲେ। ଏହି ଖାଦ୍ୟ ଧୋନିଙ୍କ ମାଆ ସଂପୂର୍ଣ୍ଣ ଘରୋଇ ଖାଦ୍ୟ ଭଳି ପ୍ରସ୍ତୁତ କରିଥିଲେ। ତେବେ ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ଧୋନିଙ୍କ ଘରେ ପ୍ରସ୍ତୁତ ହୋଇଥିବା ଲିଟ୍ଟି ଚୋଖା ଏତେମାତ୍ରାରେ ପସନ୍ଦ ଆସିଥିଲା ଯେ,ସେମାନେ ଏହାକୁ ଖାଇଲା ପରେ ଓ୍ଵାକି ସ୍ୱାଦିଷ୍ଟ ବୋଲି କହିଥିଲେ।ଏହା ସାଥ୍ସାଥ୍ ସେମାନେ ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ମଧ୍ୟ ପଚାରି ବୁଝିଥିଲେ।