ସାଥୀରେ ବିଶ୍ୱ ଭ୍ରମଣ କରିବାକୁ ଚାହୁଁଥିଲେ, କର୍କଟ ରୋଗରେ ସ୍ୱାମୀ ମୃତ୍ୟୁବରଣ କରିବାରୁ ଏଭଳି ଭାବରେ ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ମହିଳା

ନୂଆଦିଲ୍ଲୀ : ବିବାହ ପରେ ସବୁ ଦମ୍ପତି ନିଜ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ସବୁ ଦମ୍ପତିଙ୍କ ଭଳି ଜଣେ ଅଷ୍ଟ୍ରେଲିଆନ ଦମ୍ପତି ମଧ୍ୟ ବିବାହ ପରେ ଅନେକ ସ୍ୱପ୍ନ ଦେଖିଥିଲେ । ସାଥୀରେ ବିଶ୍ୱ ଭ୍ରମଣ କରି ବିଭିନ୍ନ ଦେଶ ବିଷୟରେ ଜାଣିବାକୁ ଇଚ୍ଛା ରଖିଥିଲେ ମାଇକେଲ ବୌର୍‌କେ ଏବଂ ତାଙ୍କ ସ୍ୱାମୀ ପୌଲ । କିନ୍ତୁ ଦୁଃଖର କଥା ହେଲା, ପୌଲ ଦେଇଥିବା ପ୍ରତିଶ୍ରୁତି ରଖିପାରିଲେ ନାହିଁ । ୨୦୧୬ରେ କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହା ପରେ ମାଇକେଲ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ।

facebook.com

କିନ୍ତୁ କିଛି ଦିନ ପରେ ସେ ପୌଲଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପୌଲଙ୍କ ସାଥ୍‌ ପାଇବା ପାଇଁ ସେ ପୌଲଙ୍କ କାର୍ଡବୋର୍ଡ ଫଟୋ ସାଥୀରେ ନେଇ ବିଶ୍ୱ ଭ୍ରମଣରେ ବାହାରିଥିଲେ । ଏ ପର୍ଯ୍ୟନ୍ତ ମାଇକେଲ ଆମେରିକା, ପ୍ୟାରିସ୍‌, ଲଣ୍ଡନ, ସ୍କଟଲାଣ୍ଡ, ସିଙ୍ଗାପୁର, ଆୟରଲାଣ୍ଡ ଭ୍ରମଣ କରି ସାରିଥିବା ଜଣା ପଡ଼ିଛି । ଅଗଷ୍ଟରେ ସେ ବାକିଥିବା ଦେଶକୁ ଭ୍ରମଣ ପାଇଁ ବାହାରିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର