ନୂଆଦିଲ୍ଲୀ: କୁହାଯାଏ ଏମିତି କିଛି ନୂଆ ଚିନ୍ତା କରନ୍ତୁ ଯାହା ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିଦେବ। ଏଭଳି ଏକ ଅନନ୍ୟ ଚିନ୍ତା କରି ଜଣେ ମହିଳା ମାସକୁ ବିପୁଳ ପରିମାଣର ଅର୍ଥ ରୋଜଗାର କରୁଛନ୍ତି। ତେବେ ମହିଳା ଜଣକ କେତେ ଟଙ୍କା ରୋଜଗାର କରୁଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ମହିଳା ଜଣକ ଅଷ୍ଟ୍ରେଲିଆରେ ବସବାସ କରନ୍ତି। ସେ ତାଙ୍କ ପ୍ରକୃତ ନାମ ଲୋକଙ୍କୁ ଜଣାଇ ନାହାନ୍ତି।

Advertisment

ତେବେ ଉକ୍ତ ମହିଳା ଜଣକ sez.com.au' ନାମରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରନ୍ତି। ସେ ପୋଷ୍ଟ କରୁଥିବା ଭିଡିଓ ମଧ୍ୟରୁ ବେଶୀ ପ୍ରଧାନ୍ୟ ସର୍ବସାଧାରଣ ସ୍ଥାନରେ ଥିବା ଶୌଚାଳୟକୁ ଦେଇଥାଆନ୍ତି।

ମହିଳାଜଣକ ସିଡ଼ନି ଓ ତାର ଆଖପାଖ ଅଞ୍ଚଳରେ ଥିବା ସର୍ବସାଧାରଣ ଶୌଚାଳୟକୁ ଯାଇଥାଆନ୍ତି। ଉକ୍ତ ଶୌଚାଳୟକୁ ବ୍ୟବହାର କରିବା ପରେ ସେଥିରେ କ’ଣ ଭଲ ରହିଛି କ’ଣ ମନ୍ଦ ରହିଛି ତାହାକୁ ନେଇ ସେ ଭିଡିଓ ତିଆରି କରିଥାଆନ୍ତି। ଏଯାବତ ମହିଳା ଜଣକ ସିନେମା ହଲ, ରୋସ୍ତେରାଁ, ହସ୍ପିଟାଲ, ମାର୍କେଟ, ବସଷ୍ଟାଣ୍ଡ ଓ ରେଳଷ୍ଟେସନ ଆଦି ସ୍ଥାନମାନଙ୍କରେ  ଥିବା ସର୍ବସାଧାରଣ ଶୌଚାଳୟ ବ୍ୟବହାର କରିସାରିଛନ୍ତି। ଏଥିସହିତ ତାହାର ରିଭ୍ୟୁ ଦେଇଛନ୍ତି।

ରିଭ୍ୟୁରେ ମହିଳା ଜଣକ କେଉଁ ଶୌଚାଳୟରେ ଲୋକଙ୍କ ପାଇଁ କ’ଣ ଆବଶ୍ୟକ ରହିଛି ‌ସେ ବିଷୟରେ ବି ଭିଡିଓ ଜରିଆରେ ଜଣାଇଥାଆନ୍ତି। ଲୋକମାନେ ବି ଉକ୍ତ ମହିଳାଙ୍କ ଏଭଳି କାମକୁ ସମର୍ଥନ କରୁଥିବା ସହିତ ତାଙ୍କର ଭିଡିଓକୁ ବେଶ ପସନ୍ଦ କରୁଛନ୍ତି।