ବୁଢ଼ିଆଣୀ ଜାଲରେ ଫସିଗଲା ବିଷଧର ସାପ, ଆଉ ତା’ପରେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ କିଛିଦିନ ହେବ ଘରି ବୁଲୁଛି। ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନେକ ସମୟରେ ଆମେ ଶୁଣିବାକୁ ପାଇଛେ କି, ‘ସାପ ସହିତ ପଙ୍ଗା ନେବୁ ନାହିଁ।’ ତେବେ ଏହି ଭିଡିଓକୁ ଦେଖିବା ପରେ ବ୍ୟବହାରକାରୀ ଏବେ ‘ବୁଢ଼ିଆଣୀ ସହିତ ପଙ୍ଗା ନେବୁ ନାହିଁ’ ବୋଲି କହୁଥିବା ଶୁଣିବାକୁ ମିଳୁଛି।

ଅଷ୍ଟ୍ରେଲିଆର ଏଡିଲେଡ୍‌ରେ ବସବାସ କରୁଥିବା ରୋଲି ବୁରେଲ ସାପ ଧରିବା କାମ କରି ଥାଆନ୍ତି। ରୋଲିଙ୍କ କହିବାନୁସାରେ, ଜଣେ ମହିଳା ତାଙ୍କ ଘର ପଛପାର୍ଶ୍ୱରେ ଏକ ବିଷଧର ସାପ ଓ ବୁଢ଼ିଆଣୀ ମଧ୍ୟରେ ଲଢ଼େଇ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ ସେ ଏ ଦୃଶ୍ୟ ଦେଖି ବିଶ୍ୱାସ କରି ପାରି ନଥିଲେ। କିନ୍ତୁ ପରେ ସେ ନିଜ ଫୋନ୍‌ ବାହାର କରି ସାପ ଓ ବୁଢ଼ିଆଣୀ ମଧ୍ୟରେ ଚାଲିଥିବା ଏହି ସଂଘର୍ଷର ଦୃଶ୍ୟକୁ ନିଜ କ୍ୟାମେରାରେ କୈଦ କରି ନେଇଥିଲେ।

ଭିଡିଓରେ ଦେଖିବାକୁ ମିଳୁଛି, ଏକ ସାପ ଛୁଆ ବୁଢ଼ିଆଣୀ ଜାଲରେ ପଡ଼ି ଯାଉଛି। ସାପଟି ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଯିବା ପରେ ସେଠାରୁ ବାହାରିବାକୁ ବହୁତ ଚେଷ୍ଟା କରୁଛି। ଏହି ସମୟରେ ବୁଢ଼ିଆଣୀ ତାର ଜାଲରେ ସାପକୁ ଆହୁରି ଛନ୍ଦିବାକୁ ଚେଷ୍ଟା କରୁଛି। କେବଳ ଏତିକି ନୁହେଁ ସାପକୁ ବୁଢ଼ିଆଣୀ ବାରମ୍ବାର କାମୁଡ଼ିବା ପାଇଁ ବି ଚେଷ୍ଟା କରୁଛି।

ରୋଲି ବୁରେଲ ଏହି ଘଟଣାର ଭିଡିଓକୁ ଫେସ୍‌ବୁକ୍‌ରେ ପୋଷ୍ଟ କରି କହନ୍ତି,  ସାପଟି ବୁଢ଼ିଆଣୀ ଜାଲରୁ ମୁକୁଳିବା ପାଇଁ ବହୁ ଚେଷ୍ଟା କରିଥିଲେ ହେଁ, ଶେଷରେ ତାର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର