ପିକନିକ୍ କରିବାକୁ ଯାଇଥିବା ବେଳେ ମାଡି ଆସି‌ଲେ କଙ୍କଡ଼ାଙ୍କ ଗୋଷ୍ଠୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କଙ୍କଡ଼ାମାନଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ବି ଭୟଭୀତ ହୋଇଯିବେ। ଖ୍ରୀଷ୍ଟମାସ ଦ୍ୱୀପକୁ ଏକ ପରିବାର ପିକନିକ୍ କରିବାକୁ ଯାଇଥିଲେ। ଏହି ସମୟରେ କଙ୍କଡ଼ାଙ୍କ ଏକ ଗୋଷ୍ଠୀ ସେମାନଙ୍କ ଆଡକୁ ମାଡ଼ି ଆସିଥିଲେ। ଯେଉଁଥିପାଇଁ ପିକନିକକୁ ବନ୍ଦ କରିବାକୁ ପଡ଼ିଥିଲା।

ଆମି ଲୁଏଟିଚ୍ ଏବଂ ତାଙ୍କ ପରିବାର କିଛି ବନ୍ଧୁଙ୍କ ସହ ଅଷ୍ଟ୍ରେଲିଆ ଉପକୂଳର ଏକ ସୁନ୍ଦର ଦ୍ୱୀପରେ କ୍ୟାମ୍ପ କରୁଥିଲେ। ସନ୍ଧ୍ୟା ହେବା ପରେ କଙ୍କଡ଼ାଙ୍କ ଏକ ଗୋଷ୍ଠୀ ସେମାନଙ୍କ ଆଡକୁ ମାଡି ଆସିଥିଲେ। ଯାହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଫେସବୁକରେ ଖ୍ରୀଷ୍ଟମାସ ଦ୍ୱୀପ ପର୍ଯ୍ୟଟନ ଦ୍ୱାରା ସେୟାର କରାଯାଇଥିବା ଫଟେଗୁଡ଼ିକରେ ଚୌକି ପଡ଼ିଥିବା ବେଳେ ଚଟାଣରେ ୨୦ରୁ ଅଧିକ କଙ୍କଡ଼ା ବୁଲୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଦ୍ବୀପଟି ଜଙ୍ଗଲକୁ ଲାଗି ରହିଛି। ସେଥିପାଇଁ କଙ୍କଡ଼ାଗୁଡ଼ିକ ପ୍ରାୟତଃ ଦ୍ବୀପକୁ ଆସିବା ଏକ ସାଧାରଣ କଥା ବୋଲି କୁହାଯାଉଛି। ଫଟୋରେ ଥିବା କଙ୍କଡ଼ାଗୁଡ଼ିକ ଦେଖିବାକୁ ଭୟଙ୍କର ଲାଗୁଥିଲେ ହେଁ ସେମାନେ କାହାକୁ କିଛି କ୍ଷତି ପହଞ୍ଚାନ୍ତି ନାହିଁ। ଏମାନେ କେବଳ ଖାଦ୍ୟ ଅନ୍ବେଷଣରେ ଦ୍ୱୀପକୁ ଆସି ଥାଆନ୍ତି। ଏହି କଙ୍କଡ଼ା କେବେ କୌଣସି ମଣିଷକୁ ଆଘାତ ପହଞ୍ଚାଇ ନାହାନ୍ତି।

ସମ୍ବନ୍ଧିତ ଖବର