ମେଲ୍‌ବର୍ଣ୍ଣ: କେତେକ ନିର୍ଦ୍ଦିଷ୍ଟ ପ୍ରକାରର ମାନସିକ ଅବସାଦ ନିମନ୍ତେ ମାନସିକ ରୋଗ ବିଶେଷଜ୍ଞମାନେ ‘ଏମ୍‌ଡିଏମ୍‌ଏ’ ବା ସାଧାରଣ ଭାଷାରେ ‘ଆନନ୍ଦ ଛତୁ’ ବା ‘କୁହୁକ ଛତୁ’ ପ୍ରେସ୍‌କ୍ରାଇବ୍‌ କରିପାରିବେ ବୋଲି ଆଜି ଅଷ୍ଟ୍ରେଲିଆ ସରକାର ଘୋଷଣା କରିଛନ୍ତି।

Advertisment

ଆଜି ଜାରି କରାଯାଇଥିବା ‘ପ୍ରେସ୍‌ ରିଲିଜ୍‌’ରେ ଉଲ୍ଲେଖ ଅଛି ଯେ, ‘ପୋଷ୍ଟ୍‌-ଟମାଟିକ୍‌ ଷ୍ଟ୍ରେସ୍‌ ଡିଜ୍‌ଅର୍ଡର୍‌’ଦ୍ବାରା (ପିଟିଏସ୍‌ଡି) ଆକ୍ରାନ୍ତ ଏବଂ ଆଉ କେତ‌େ ପ୍ରକାର ବିଷାଦ ନିମନ୍ତେ ମାନସିକ ରୋଗ ବିଶେଷଜ୍ଞମାନେ ଏହି ଛତୁ ଖାଇବାକୁ ପରାମର୍ଶ ଦେଇପାରିବ‌େ।

Psychedelic magic mushrooms Image Courtesy of BBC

ଏହା ଆଇନସମ୍ମତ ବୋଲି ଘୋ‌ଷଣା କରିବା ସମୟରେ ଅଷ୍ଟ୍ରେଲିଆର ‘ଦି ଥେରାପ୍ୟୁଟିକ୍‌ ଗୁଡ୍‌ସ୍‌ ଆଡ୍‌ମିନିଷ୍ଟେସନ୍‌’ (ଟିଜିଏ) କହିଛି ଯେ, ପ୍ରାକୃତିକ ଭାବେ ଉତ୍ପନ୍ନ ହେଉଥିବା ଏହି ‘କୁହୁକ ଛତୁ’ରେ ଅବସାଦ ବିନାଶକ ଭାବେ ରହିଛି ‘ସାଇଲୋସାଇବିନ’ ଓ ‘ଏମ୍‌ଡିଏମ୍‌ଏ’। ‘ସାଇଲୋସାଇବିନ’ ଓ ‘ଏମ୍‌ଡିଏମ୍‌ଏ’ ଔଷଧ  ମାନସିକ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଏ। ତେଣୁ,  ଡାକ୍ତରଙ୍କ ତତ୍ତ୍ବାବଧାନରେ ଏହି ଛତୁ ଖାଇବା ଆପାତତଃ ନିରାପଦ। ସ୍ବାସ୍ଥ୍ୟବିତ୍‌ମାନେ ଏହି ଛତୁର ଅନୁପାନକୁ ଡାକ୍ତରୀ ପରୀକ୍ଷଣ ମାଧ୍ୟମରେ ଅଧ୍ୟୟନ କରିଛନ୍ତି।

କିନ୍ତୁ, ‘ସିଏନ୍‌ଏନ୍‌’ ରିପୋର୍ଟ ଅନୁସାରେ, ଏବେ ମଧ୍ୟ ଏହି ଔଷଧର ଡାକ୍ତରୀ ପରୀକ୍ଷଣ ଚାଲିଥିବାରୁ ଏହା ସମ୍ପୂର୍ଣ୍ଣ ବିକ‌ଷିତ ବୋଲି କୁହାଯାଇ ପାରିବ ନାହିଁ। ଏହାକୁ କୌଣସି ପ୍ରକାର ମାନସିକ ଅସୁସ୍ଥତାର ଚିକିତ୍ସାରେ ବ୍ୟବହାର କରିବା ଲାଗି ‘ୟୁଏସ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ଆନୁଷ୍ଠାନିକ ଭାବେ ଅନୁମୋଦନ କରିନାହିଁ।