ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବେଲଗ୍ରେଭରେ ଜଣେ ବ୍ୟକ୍ତି କରୋନାଭାଇରସରୁ ରକ୍ଷା ପାଇବା ପାଇଁ ଏକ ଅଦ୍ଭୁତ ଉପାୟ ଆପଣାଇଛନ୍ତି। ସଡ଼କରେ ଲୋକମାନେ ଏହି ବ୍ୟକ୍ତିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ କେହିକେହି ଭୟଭୀତ ବି ହୋଇଯାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ଲୋକମାନେ ବିଭିନ୍ନ ପ୍ରକାର ମଜାଦାର ପ୍ରତିକ୍ରିୟା ବି ଦେଉଛନ୍ତି।
ଫେସବୁକ୍ ବ୍ୟବହାରକାରୀ ଜେନିନ୍ ରିଗବି ଏହି ଭିଡିଓ ସେୟାର କରିଛନ୍ତି। ସେ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଏହା କେବଳ ବେଲଗ୍ରେଭରେ ହୋଇପାରେ। ଏହି ବ୍ୟକ୍ତି ବେଲୁନ୍ ଭିତରେ ପଶି ଗୀତ ଗାଉଛନ୍ତି କି, ‘ଆଇ ଆମ୍ ଦ ମ୍ୟାନ୍ ଇନ୍ ବବଲ।’
ଏହି ଭିଡିଓକୁ ଗତ ଶୁକ୍ରବାର ଦିନ ଫେସବୁକରେ ସେୟାର କରାଯାଇଥିଲା। ଯାହା ଏପର୍ଯ୍ୟନ୍ତ ୧.୫ ଲକ୍ଷ ଭ୍ୟୁ ପାଇଥିବା ବେଳେ ଏକ ହଜାରରୁ ଅଧିକ ସେୟାର ଏବଂ ୬୦୦ ରୁ ଅଧିକ ପ୍ରତିକ୍ରିୟା ଏହି ଭିଡିଓ ପାଇଁ ଆସିଛି । ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଥିବା ବେଳେ କେତେକ ବ୍ୟବହାରକାରୀ ତାଙ୍କୁ ବି ଏଭଳି ବେଲୁନ୍ ଆବଶ୍ୟକ ବୋଲି କହିଛନ୍ତି।