ମହିଳାଙ୍କ ଘର ଅଗଣାରେ ଦେଖିବାକୁ ମିଳିଛି ୮ଟି ନୀଳ ଆଖି ଥିବା ବୁଢ଼ିଆଣୀ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ଘର ଅଗଣାରେ ଏକ ନୂତନ ପ୍ରଜାତିର ବୁଢ଼ିଆଣୀ ବୁଲୁଥିବା ଦେଖିବାକୁ ମିଳିଛି।

ପ୍ରକାଶିତ ରିପୋର୍ଟ ମୁ୍ତାବକ, ଅମାଣ୍ଡା ଡି ଜର୍ଜ ୧୮ ମାସ ପୂର୍ବରୁ ପ୍ରଥମେ ଆଠ ଆଖି ବିଶିଷ୍ଟ ଏହି ବୁଢ଼ିଆଣୀକୁ ଦେଖିଥିବା ବେଳେ ପୁଣି ତାଙ୍କ ନଜର ଏହି ବୁଢ଼ିଆଣୀ ଉପରେ ପଡ଼ିଥିଲା। ଚଳିତ ଥର ସେ ଏହି ବୁଢ଼ିଆଣୀକୁ ଧରିବାରେ ସଫଳ ହୋଇଥି‌ଲେ। ସେ ଉକ୍ତ ବୁଢ଼ିଆଣୀର କିଛି ଫଟୋ ଉଠାଇ ବିଶେଷଜ୍ଞଙ୍କ ନିକଟକୁ ପଠାଇବା ସହିତ ଫେସବୁକରେ ସେୟାର କରିଥିଲେ।

ଅମାଣ୍ଡା ଡି ଜର୍ଜ ଏହି ବୁଢ଼ିଆଣୀ ଫଟୋକୁ ଫେସବୁକରେ ସେୟାର କରି ଲେଖିଛନ୍ତି। ମୁଁ ଜଣେ ଭଲ ବ୍ୟକ୍ତିଙ୍କ ପରି ରିସାଇକ୍ଲିଂ କରୁଥିଲି, ଯେତେବେଳେ ମୁଁ ବିନ୍‌ର ଢ଼ାଙ୍କୁଣୀ ଖୋଲି ଦେଇଥିଲି ତା’ ଭିତରେ ଏକ ଛୋଟ ସୁନ୍ଦର ଚମ୍ପିଂ ବୁଢ଼ିଆଣୀ ଦେଖିବାକୁ ପାଇଥିଲି।

I've mentioned before that I try not to feed the wildlife, mostly because I think it leads to them getting used to…

Publiée par Backyard Zoology sur Samedi 4 mai 2019

ବହୁତ ଖୋଜିବା ପରେ ପରେ ଅମାଣ୍ଡା ଡି ଜର୍ଜ ବୁଢ଼ିଆଣୀକୁ ଧରିବାରେ ସଫଳ ହୋଇଥିଲେ | ଅମାଣ୍ଡା ଡି ଜର୍ଜ ଏହାକୁ ଧରି ଏକ ଖାଲି ପାତ୍ରରେ ରଖିଥିଲେ | ସେ ବୁଢ଼ିଆଣୀକୁ “ବିରାଟ ନୀଳ ଆଖି” ବୋଲି ବର୍ଣ୍ଣନା କରିଛନ୍ତି |

ସମ୍ବନ୍ଧିତ ଖବର