ଅଷ୍ଟ୍ରେଲିଆର ରେଞ୍ଜର ଧରିଲେ ୬୦୦ କିଲୋର ବୃହତ୍‌ କୁମ୍ଭୀର, ଧରିବାକୁ ଲାଗିଗଲା ୮ ବର୍ଷରୁ ଊର୍ଧ୍ୱ ସମୟ

ସିଡନି : ପାଖାପାଖି ୧୦ ବର୍ଷ ଖୋଜିବା ପରେ ଅଷ୍ଟ୍ରେଲିଆର ବନ୍ୟପ୍ରାଣୀ ରେଞ୍ଜର୍‌ ସଫଳତାର ସହ ୬୦୦ କିଲୋଗ୍ରାମ ଓଜନର ଏକ କୁମ୍ଭୀରକୁ  ଧରିଛନ୍ତି  । ଲୁଣିପାଣିରେ ରହୁଥିବା ଏହି ଅଣ୍ଡିରା କୁମ୍ବୀରର ଲମ୍ବ ୪.୭୧ ମିଟର୍‌। ଜାଣିବାକୁ ମିଳିିଛି କୁମ୍ବୀରଟିର ବୟସ ପ୍ରାୟ ୬୦ ବର୍ଷରୁ ଊର୍ଧ୍ୱ।

କ୍ୟାଥରିନ ନଦୀରୁ ଏ ବର୍ଷ ବହୁ କୁମ୍ଭୀର ଉଦ୍ଧାର ହୋଇଛନ୍ତି। ଏହି ନଦୀରୁ ଚଳିତବର୍ଷ ଫେବ୍ରୁଆରି ଓ ମାର୍ଚ ମାସରେ ଯଥାକ୍ରମେ ୩.୯୨ ଓ ୩.୯୭ ମିଟର ଲମ୍ବର  ଦୁଇଟି କୁମ୍ବୀର ଉଦ୍ଧାର ହୋଇଥିଲେ। ଉତ୍ତରାଞ୍ଚଳ ସରକାର ଦେଇଥିବା ରିପୋର୍ଟ ମୁତାବକ ଏହି ବର୍ଷ ପ୍ରାୟ ୧୮୮ଟି ଲୁଣିପାଣି କୁମ୍ଭୀର ଉଦ୍ଧାର ହୋଇଛନ୍ତି।

ରେଞ୍ଜର ଏହି କୁମ୍ଭୀରକୁ ୨୦୧୦ ମସିହାରେ ଦେଖିଥିଲେ। ସେବେଠାରୁ ଖୋଜି ଖୋଜି ଶେଷରେ ଦୀର୍ଘ ୮ ବର୍ଷ ପରେ କୁମ୍ଭୀରଟି ଏବେ ଧରାପଡ଼ିଛି।

ଏହି କୁମ୍ଭୀରଟି ହେଉଛି ସର୍ବବୃହତ୍‌। ଦ୍ୱିତୀୟ ବୃହତ୍‌ କୁମ୍ଭୀର ୨୦୧୧ ମସିହାରେ ଧରା ଯାଇଥିଲା। କୁମ୍ଭୀରଟିର ଲମ୍ବ ଥିଲା ୪.୬ ମିଟର୍‌।

ସେହିଦିନ ୨.୩୭ ମିଟରର ଅନ୍ୟ ଏକ କୁମ୍ଭୀର ବି ଉଦ୍ଧାର ହୋଇଥିଲା। ଏବେ ଉଦ୍ଧାର ହୋଇଥିବା ବୃହତ୍‌ କୁମ୍ଭୀରର ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ କୁମ୍ଭୀରର ପାଖକୁ ଛଡ଼ା ଯାଉନାହିଁ।

ସମ୍ବନ୍ଧିତ ଖବର