ବିଚିତ୍ର ମକଦମା : ଆମିଷ ଗନ୍ଧ ଆସିବାରୁ ଅଦାଲତରେ ମକଦମା ଦାଏର କଲେ ମହିଳା!

ଏକ ବିଚିତ୍ର ମକଦମା ଦାଏର ହୋଇଛି ଅଷ୍ଟ୍ରେଲିଆର ପର୍ଥ‌୍‌ରେ। ଏକ ସ୍ଥାନୀୟ ଅଦାଲତରେ ମକଦମା ଦାଏର କରିଛନ୍ତି ଜନୈକା ସ୍ଥାନୀୟ ମହିଳା। ତାଙ୍କ ନାମ- ସିଲା କାର୍ଡେନ୍‌। ତାଙ୍କର ଅଭିଯୋଗ ସ˚କ୍ଷେପରେ ଏହି ପରି- ତାଙ୍କ ପଡ଼ୋଶୀ ନିଜ ବଗିଚାରେ ନିଆଁରେ ମାଛ-ମା˚ସ ପୋଡ଼ୁଛନ୍ତିି। ଫଳରେ ଆମିଷ ଗନ୍ଧ, ତାଙ୍କ ଘରେ ପଶୁଛି। ସିଲା ଶାକାହାରୀ। ତେଣୁ, ଆମିଷର ଗନ୍ଧ, ତାଙ୍କ ପାଇଁ ଅସହ୍ୟ ହେଉଛି।

dailymail.co.uk

ପଡ଼ୋଶୀଙ୍କ ସହ ସିଲାଙ୍କର ସ˚ପର୍କ ଅନେକ ଦିନ ତଳୁ ତିକ୍ତ। ଆମିଷ ଗନ୍ଧ ଜନିତ ମାମଲା ସେ ପ୍ରଥମେ ୨୦୧୭ରେ ଦାଏର କରିଥିଲେ। ଏକ ନିମ୍ନ ଅଦାଲତ ମାମଲାଟିକୁ ଖାରଜ କରିଦେବାରୁ ସେ ଚଳିତ ବର୍ଷ ସୁପ୍ରିମ୍‌ କୋର୍ଟ‌୍‌ରେ ଅପିଲ୍‌ କରିଥିଲେ। ଏଥି ପାଇଁ ସିଲାଙ୍କ ଓକିଲ ଛଅ ଶହ ପୃଷ୍ଠାର ଅଭିଯୋଗ ଫର୍ଦ ପ୍ରସ୍ତୁତ କରି ଅଦାଲତରେ ଦାଖଲ କରିଥିଲେ। ଶୁଣାଣି ପରେ ବିଚାରପତି ନିମ୍ନ ଅଦାଲତଙ୍କ ରାୟ କାଏମ ରଖିଛନ୍ତି ଏବ˚ ଆପୋସ ଆଲୋଚନା ମାଧ୍ୟମରେ ମାମଲାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି। ତେବେ, ରାୟକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି, ଅଭିଯୋଗକାରିଣୀ ସିଲା। ସେ ମାମଲାର ବିଚାର ଏକ ଖଣ୍ତପୀଠ ଦ୍ୱାରା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର