ନୂଆଦିଲ୍ଲୀ: ସାପଙ୍କ ସହ ଜଡିତ ଅନେକ ଅନ୍ଧବିଶ୍ୱାସ ଆମ ସମାଜରେ ଦୀର୍ଘ ଦିନ ଧରି ଚାଲିଆସିଛି | ତେବେ ବଲିଉଡର କିଛି ସିନେମା ବି ଏହି ଅନ୍ଧବିଶ୍ୱାସକୁ ଆଧାର କରି ନିର୍ମାଣ କରାଯାଇଛି ଯାହାକି ଲୋକଙ୍କ ମନରେ ଏହି ଅନ୍ଧବିଶ୍ୱାସକୁ ବଳବତ୍ତର କରି ରଖିବାକୁ ଏକପ୍ରକାର ସହାୟକ ହୋଇଛି | ଲୋକକଥା ଅନୁଯାୟୀ କୁହାଯାଏ ଯେ ଯଦି କେହି ନାଗ ସାପକୁ ମାରିଦେଇଥାନ୍ତି, ତେବେ ନାଗୁଣୀ ନିଶ୍ଚିତ ଭାବେ ପ୍ରତିଶୋଧ ନେବ | ତେବେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ଭିକ୍ଟୋରିଆ ସଂଗ୍ରହାଳୟରେ ସର୍ବାଧିକ ସଂଖ୍ୟକ ସାପ ଅଛନ୍ତି। ଏହି ସଂଗ୍ରହାଳୟ କ୍ରମାଗତ ଭାବରେ ସାପ ସହିତ ଜଡିତ ଅନେକ ଜିନିଷ ଅଧ୍ୟୟନ କରିଥିଲା ​​| ଆଉ ଏହି ଅଧ୍ୟୟନ ବାବଦରେ ଆଜି ଆମେ ଆପଣଙ୍କୁ ସାପ ଏବଂ ସେମାନଙ୍କ ସହ ଜଡିତ କିଛି ସତ କଥା କହିବାକୁ ଯାଉଛୁ |
ଗୁଜବ ନମ୍ବର-୧- ସାପଟି ପାତ୍ରରେ ରଖାଯାଇଥିବା କ୍ଷୀର ପିଇବାକୁ ଆସେ
ଆପଣ ସିନେମାରେ ଦେଖିଥିବେ ଯେ କୌଣସି ପାତ୍ରରେ କ୍ଷୀର ଥିଲେ ସାପ ଆସି ତାହା ପିଇଥାଏ | ବାସ୍ତବରେ କିନ୍ତୁ ସରୀସୃପ ଦୁଗ୍ଧଜାତ ଦ୍ରବ୍ୟ ସହଜରେ ହଜମ କରିପାରନ୍ତି ନାହିଁ। ସେଥିପାଇଁ ସେମାନେ କ୍ଷୀର ପିଇବାକୁ ଆଗ୍ରହୀ ନଥାନ୍ତି କିନ୍ତୁ ଶୋଷିଲା ଥିଲେ ପିଇଦେଇଥାନ୍ତି |
ଗୁଜବ ନମ୍ବର-୨-ଯଦି ସାପର ମୁଣ୍ଡ କଟିଯାଏ, ତେବେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବଞ୍ଚେ
ଏହି ଅନ୍ଧବିଶ୍ୱାସକୁ ଅନେକ ଲୋକ ବିଶ୍ୱାସ କରନ୍ତି | କିନ୍ତୁ ଏହା ସଠିକ୍ ନୁହେଁ | ମୁଣ୍ଡ କଟିବା ପରେ ସାପର ଶରୀର କିଛି ସମୟ ସକ୍ରିୟ ରହିଥାଏ, କିନ୍ତୁ ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ଏହା ଜୀବନ୍ତ ରହିନଥାଏ।
ଗୁଜବ ନମ୍ବର-୩-ଯଦି ତୁମେ ନାଗକୁ ମାରିଦେବ, ତେବେ ନାଗୁଣୀ ପ୍ରତିଶୋଧ ନେବ
ଆପଣ ଅନେକ ହିଟ ଫିଲ୍ମରେ ଦେଖିଥିବେ କୌଣସି ନାଗକୁ ଯଦି କେହି ହତ୍ୟା କରିଥାଏ, ତେବେ ହତ୍ୟାକାରୀର ଚେହେରା ନାଗ ଆଖିରେ ଥାଏ ଓ ନାଗୁଣୀ ଶତ୍ରୁର ଚେହେରାକୁ ମନେରଖି ସୁବିଧା ଦେଖି ପ୍ରତିଶୋଧ ନେଇଥାଏ | ତେବେ ଏଥିରେ କୌଣସି ସତ୍ୟତା ନାହିଁ | ସାପମାନଙ୍କର କୌଣସି ସାମାଜିକ ବନ୍ଧନ ନାହିଁ କିମ୍ବା ସେମାନେ ଆକ୍ରମଣକାରୀଙ୍କୁ ଚିହ୍ନି ପାରିବେନାହିଁ | ସାପଙ୍କର ମନେରଖିବା ଶକ୍ତି ଏତେ ତୀକ୍ଷ୍ଣ ନୁହେଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/ae46abf9-927d-447c-b4f4-a0fafdaf1927.jpg)