ଅଷ୍ଟ୍ରେଲିଆ ଝିଅ ଏବେ ହରିଆଣାର ବୋହୂ; ଦେଶୀ ସ୍ବାମୀଙ୍କ ସହ ବିଦେଶିନୀ ସ୍ତ୍ରୀଙ୍କ ନୃତ୍ୟ ଭିଡିଓ ଭାଇରାଲ୍‌

ଚଣ୍ଡିଗଡ଼: ସୋସିଆଲ୍‌ ମିଡିଆରେ  ଜଣେ ହରିଆଣାର ଯୁବକଙ୍କ ସହ ଅଷ୍ଟ୍ରେଲିଆର ଯୁବତୀଙ୍କ ନୃତ୍ୟ ଭିଡିଓ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ବାସ୍ତବ କଥା ହେଲା ସେ ଦୁହେଁ ହେଉଛନ୍ତି ପତି-ପତ୍ନୀ। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ବିଦେଶିନୀ ଜଣକ ହରିଆଣାର ପାରମ୍ପରିକ ପୋଷାକ ପିନ୍ଧି ତାଙ୍କ ଦେଶୀ ସ୍ବାମୀଙ୍କ ସହ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ସେହି ନୃତ୍ୟ ଭିଡିଓଟି ଏବେ ‌ଭାଇରାଲ୍‌ ହେବାରେ ଲାଗିଛି। ବିଦେଶିନୀଙ୍କୁ ଭାରତୀୟ ପୋଷକ ପିନ୍ଧି ନାଚୁଥିବାର ଦେଖି ‌ସମସ୍ତେ ବେଶ୍‌ ପସନ୍ଦ କରିଛନ୍ତି।

 

 

View this post on Instagram

 

A post shared by Loveleen Vats (@loveleenvats)

ସେମାନେ ହରିୟାନୀ ଗୀତରେ ନାଚୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ ହେବା ପରେ ୧ ମିଲିୟନ୍‌ରୁ ଅଧିକ ଭିୟୁ ହୋଇ ସାରିଲାଣି। ଅଷ୍ଟ୍ରେଲିୟାନ ମହିଳା ଜଣକ ଏକ ପିଚ୍‌ କଲର୍‌ ପୋଷାକ ପିନ୍ଧି ତା‌ଙ୍କ ସ୍ବ‌ାମୀଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓଟି ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କୁ ଖୁବ ପସନ୍ଦ ଆସିଛି। ଯୁବକଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ତାଙ୍କ ଅଷ୍ଟ୍ରେଲିୟାନ ପତ୍ନୀଙ୍କ ସହ ଆହୁରି ଅନେକ ଭିଡିଓ ଦେଖିବାକୁ ମିଳିଛି।

ଅନ୍ୟ ସବୁ ଭିଡିଓରେ ମହିଳାଙ୍କୁ ଆମ ଦେଶ ଭାରତର ସଂସ୍କୃତିକୁ ଉପଭୋଗ କରୁଥିବାର ଦେଖିବାକୁ ମିଳଛି। କେଉଁ ଭିଡିଓରେ ସେ ତାଙ୍କ ମୁଣ୍ଡରେ ଘାସ ମୁଣ୍ଡେଇ ଯାଉଥିବାର ଦେଖିବାକୁ ମିିଳିଛି ତ ପୁଣି କେଉଁ ଭିଡିଓରେ ‌ରୋଷେଇ କରୁଥିବାର ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର