ମା’ଙ୍କ ପାଉଁଶରେ ତିଆରି ହୋଇଥିବା ଲକେଟ୍‌ ବିମାନବନ୍ଦରରେ ହଜିଯିବା ପରେ ଫେରି ପାଇବା ପାଇଁ ସୋସିଆଲ ମିଡିଆର ସାହାରା ନେଲେ ଲେଖକ,ତା’ପରେ….

ନୂଆଦିଲ୍ଲୀ : ପୂର୍ବରୁ ସୋସିଆଲ ମିଡିଆ ଜରିଆରେ ହେଉଥିବା ଅପରାଧର ଖବର ଆମେ ଆପଣଙ୍କୁ ଦେଇ ଥିଲୁ । ବିଭିନ୍ନ ସୋସିଆଲ ମିଡିଆ ସାଇଟ୍‌ର ବ୍ୟବହାର କରି ଠକେଇ କରିବା ବା ଦୁଷ୍କର୍ମ ଭଳି ଅପରାଧ ହେଉଥିବାର ଖବର ପୂର୍ବରୁ ଅନେକ ଥର ଆସି ସାରିଛି । କିନ୍ତୁ ଜଣେ ଲେଖକଙ୍କୁ ସୋସିଆଲ ମିଡିଆ ପାଇଁ ମିଳିଥିବା ସାହାଯ୍ୟ ବିଷୟରେ ଜାଣିବା ପରେ ଲୋକମାନଙ୍କ ମନରେ ସୋସିଆଲ ମିଡିଆକୁ ନେଇ ଥିବା ଧାରଣା ନିଶ୍ଚୟ ବଦଳିବ । ସୂଚନା ମୁତାବକ, ନିକେଶ ଶୁକ୍ଲା ନାମକ ଜଣେ ଲେଖକ ହିଥ୍ରୋ ବିମାନବନ୍ଦରରେ ନିଜର ଏକ ଲକେଟ୍‌ ହଜାଇ ଦେଇଥିଲେ । ଲକେଟ୍‌ଟି ତାଙ୍କ ମା’ଙ୍କ ପାଉଁଶରୁ ତିଆରି ହୋଇଥିବାରୁ ତାହା ତାଙ୍କର ଅତି ପ୍ରିୟ ଥିଲା ।

ଲକେଟ୍‌ ହଜାଇବା ପରେ ସେ ଟୁଇଟ୍‌ରେ ଏ ନେଇ ଟୁଇଟ୍‌ କରି ସାହାଯ୍ୟ ମାଗିଥିଲେ । ହାଏ,ଟୁଇଟ୍‌ କରିଥିବା ଫଟୋରେ ମୁଁ ଯେଉଁ ଲକେଟ୍‌ଟି ପିନ୍ଧିଛି । ସେହି ଲକେଟ୍‌ଟି ହିଥ୍ରୋ ବିମାନବନ୍ଦରର ଟର୍‌ମିନାଲ-୨ରେ ହଜି ଯାଇଛି । ଏହା ମୋ ମା’ଙ୍କ ପାଉଁଶରେ ତିଆରି ହୋଇଥିବାରୁ ତାହା ମୋର ଅତି ନିଜର ଥିଲା । ଦୟା କରି କାହାକୁ ମିଳିଲେ,ମୋତେ ସୂଚନା ଦେବେ ବୋଲି ଟୁଇଟ୍‌ କରି ଲେଖିଥିଲେ ନିକେଶ । ନିକେଶଙ୍କ ଏହି ଟୁଇଟ୍‌ ପରେ ଅନେକ ଟୁଇଟର ବ୍ୟବହାରକାରୀ ତାଙ୍କ ଦୁଃଖ ବୁଝିବା ସହ ତାଙ୍କୁ ସାନ୍ତ୍ୱନା ଜଣାଇଥିଲେ । ପ୍ରାୟ ୧୦ହଜାର ରି-ଟୁଇଟ୍‌ ହେବା ପରେ ହିଥ୍ରୋ ବିମାନବନ୍ଦର ତରଫରୁ ନିକେଶଙ୍କୁ ଟୁଇଟ୍‌ କରାଯାଇଥିଲା । ଆମେ ଆପଣଙ୍କ ଲକେଟ୍‌ ଖୋଜିବାକୁ ନିଶ୍ଚୟ ଚେଷ୍ଟା କରିବୁ ବୋଲି ହିଥ୍ରୋ ବିମାନବନ୍ଦର ତରଫରୁ ଟୁଇଟ୍‌ କରି ନିକେଶଙ୍କୁ ଅଶ୍ୱାସନା ଦିଆ ଯାଇଥିଲା ।

ସମ୍ବନ୍ଧିତ ଖବର