ଚେନ୍ନାଇ: ତାମିଲନାଡୁରେ ରହୁଥିବା ଜଣେ ଅଟୋ ଚାଳକଙ୍କ ସଚ୍ଚୋଟ ପଣିଆ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେତେବେଳେ ଆପଣମାନେ ଅଟୋ କିମ୍ବା ବସ୍ରେ ଯାତ୍ରା କରୁଥିବା ବେଳେ କୌଣସି ଜିନିଷ ଛାଡ଼ି ଚାଲି ଆସିଥାନ୍ତି; ପରେ ତାହାକୁ ଫେରି ପାଇବାର କୌଣସି ଆଶା ନଥାଏ । ଆଜିକାଲି ଅଟୋ ଏବଂ ବସ୍ରୁ ଜିନିଷ ଚୋରି ହେବା ଘଟଣାର ନଜିର୍ ଅନେକ ରହିଥିବା ବେଳେ ତାମିଲନାଡୁର ଜଣେ ଅଟୋଚଳକ ଯେଉଁ କାମ କରିଛନ୍ତି ତାହା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।
/sambad/media/post_attachments/wp-content/uploads/2019/01/auto_driver_chennai_rs_38_lakh_cash_police_a_k_viswanathan_tuticorin_parthiban_1546756539_725x725-300x200.jpg)
ସୂଚନା ମୁତାବକ, ତାମିଲନାଡୁର ଟୁଟିକୋରିନ୍ରେ ରହୁଥିବା ଅଟୋ ଚାଳକ ପାର୍ଥୀବନ ବୁଧବାର ନିଜ ଅଟୋରେ ମହମ୍ମଦ ଆଝିରୁଦ୍ଦିନ୍ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ନେଇ ଅଟୋମୋବାଇଲ ସୋ’ରୁମ୍କୁ ଯାଇଥିଲେ । ଦୁହିଁଙ୍କୁ ଛାଡ଼ି କିଛି ବାଟ ଆସିବା ପରେ ସେ ପଛ ସିଟ୍ରେ ସେମାନଙ୍କର ବ୍ୟାଗ୍ ରହି ଯାଇଥିବା ଦେଖିଥିଲେ । ବ୍ୟାଗ୍ ଭିତରେ ଟଙ୍କା ଥିବା ଦେଖି ମହମ୍ମଦ ସୋ’ରୁମ୍ ପାଖକୁ ଯାଇଥିଲେ ମଧ୍ୟ ଦୁହିଁଙ୍କୁ ଖୋଜି ପାଇ ନଥିଲେ । ଯାହା ପରେ ସେ ଅନ୍ୟ କିଛି ବାଟ ନ ପାଇଁ ପୁଲିସ ଷ୍ଟେସନ ଯାଇ ବ୍ୟାଗ୍କୁ ଦେବା ସହ ପୂରା ଘଟଣା ଜଣାଇଥିଲେ । ପୁଲିସ ତଦନ୍ତ କରିବା ପରେ ମହମ୍ମଦଙ୍କୁ ଖୋଜି ପାଇବା ସହ ତାଙ୍କୁ ତାଙ୍କ ଟଙ୍କା ଫେରାଇଥିଲେ । ଏହା ପରେ ପୁଲିସକର୍ମୀ ଏବଂ ମହମ୍ମଦ ଅଟୋଚାଳକ ପାର୍ଥୀବନଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ପୁରସ୍କୃତ କରିଥିଲେ ।