ଏହି ଅଟୋ ଚାଳକଙ୍କୁ ଦେଖୁଛନ୍ତି? ଗର୍ଭବତୀ ମହିଳା, ବୃଦ୍ଧ, ସୈନିକ ଏବଂ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ନେଇ ପାଲଟିଛନ୍ତି ଚର୍ଚ୍ଚା
ବାଙ୍ଗାଲୁର: ଏକ କହାବଟ୍ ତ ଶୁଣିଥିବେ ନିଶ୍ଚୟ କି ‘ଆପଣ ସେ ପର୍ଯ୍ୟନ୍ତ ଜୀବନର ଋଣ ସୁଝି ନାହାନ୍ତି ଯେ ପର୍ଯ୍ୟନ୍ତ ସେପରି କାହାର ସାହାଯ୍ୟ କରିନାହାନ୍ତି, ଯିଏକି କେବେ ଆପଣଙ୍କ ସାହାଯ୍ୟର ଋଣ ସୁଝିପାରିବ ନାହିଁ।’ ଅର୍ଥାତ କେବଳ ସେମାନଙ୍କୁ ସାହାଯ୍ୟ କରା ଯାଏନି ଯାହାଙ୍କୁ ଆମେ ଜାଣୁ, ଯିଏ ଆମ ସାହାଯ୍ୟର ପ୍ରତିବଦଳରେ ପରବର୍ତ୍ତୀ ମୁହୂର୍ତ୍ତରେ ଆମ ପାଇଁ କିଛି କରିପାରିବେ। ବରଂ ସେମାନଙ୍କୁ ବି କରାଯାଏ ଯିଏ କି ଭବିଷ୍ୟତରେ କେବେ ଆମର ଭେଟ ହେବେ ନାହିଁ ଆଉ ଯାହାଙ୍କ ସହ ଅତୀତରେ ଆମର କେବେ କୌଣସି ସଂପର୍କ ନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ବ୍ୟକ୍ତି ସଂସାର ଅଛନ୍ତି। ଏମିତି କିଛି ବ୍ୟକ୍ତି ସଂସାରରେ ଅଛନ୍ତି ବୋଲି ହିଁ ଉଚିତ ଭାରସାମ୍ୟ ରହିଛି। ଏମିତି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଅଟୋ ଚାଳକ ମୁନେସା ମନାଗୁଲି। ସେ ଗର୍ଭବତୀ ମହିଳା, ବୃଦ୍ଧ, ସୈନିକ ଏବଂ ଦିବ୍ୟାଙ୍ଗମାନଙ୍କୁ ତାଙ୍କ ଆଟୋରେ ମାଗଣାରେ ନେଇଥାନ୍ତି। ତାଙ୍କର ଏପରି ବଡ଼ ଗୁଣ ହେତୁ ସେ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି।
କର୍ଣ୍ଣାଟକର ଏହି ଅଟୋ ଚାଳକ ଜଣେ ବିଏ ଗ୍ରାଜୁଏଟ୍। ମାତ୍ର ତାଙ୍କୁ ଚାକିରି ନମିଳିବାରୁ ସେ ଏପରି ଅଟୋ ଚଳାଇବା ନିଷ୍ପତ୍ତି ନେଇଥିଲେ। ୪୨ ବର୍ଷିଅ ଏହି ଚାଳକ ଜଣକ ଗର୍ଭବତୀ ମହିଳାଙ୍କ ସଙ୍ଗେ ସଙ୍ଗେ ପ୍ରସୂତିମାନଙ୍କୁ ବି ମାଗଣାରେ ନେଇଥାନ୍ତି।