ନୂଆଦିଲ୍ଲୀ: ରାସ୍ତାରେ ଯାଉଥିବା ସମୟରେ ଅଟୋ ଚାଳକ ତାଙ୍କ ଅଟୋରେ ପଛପାର୍ଶ୍ବରେ ଏମିତି କିଛି ପୋଷ୍ଟର ଲଗାଇ ଥାଆନ୍ତି ଯାହାକୁ ଦେଖିଲେ ହସ ଲାଗିଥାଏ। ଆଉ ଏହାର ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଇଚ୍ଛା ହୋଇଥାଏ।
ନିକଟରେ ଏକ ଅଟୋ ପଛପାର୍ଶ୍ବରେ ଏମିତି ଏକ ମଜାଳିଆ ପୋଷ୍ଟର ଲେଖାଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟରଟି ମହିଳାଙ୍କ ଉଦ୍ଦେଶ୍ୟରେ ଚାଳକ ଲଗାଇଥିବା ଜଣାପଡ଼ିଛି।
ତେବେ ଅଟୋ ଚାଳକଙ୍କ ଏହି ପୋଷ୍ଟର ଫଟୋକୁ ବନଶିଖା ଗର୍ଗ ନିକଟରେ ଟୁଇଟରରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ଲେଖା ହୋଇଛି, ‘କ୍ଷମା କରିବେ ଯୁବତୀମାନେ, ମୋର ସ୍ତ୍ରୀ ବହୁତ କଡ଼ା’। ଏହି ମେସେଜ ଶେଷରେ ଜଣେ ମହିଳାଙ୍କ ଫଟୋ ଉପରେ ଛକି ଚିହ୍ନ ମରାଯାଇଥିବା ଦେଖିବାକୁ ମିଳୁଛି।
sorry girls, loyalty level max pic.twitter.com/wepmPcDqa7
— Vanshika Garg (@vanshika_garg17) March 5, 2023
ତେବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳୁଛି। ଏଥିସହିତ ଏହି ଫଟୋକୁ ଦେଖି ଜଣେ ମହିଳା ଲେଖିଛନ୍ତି,‘ ଏଭଳି ସଚ୍ଚୋଟତା ମୁଁ ମୋ ସ୍ବାମୀଙ୍କ ଭିତରେ ଦେଖିବାକୁ ଚାହେଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/୮୯.jpg)